STORYMIRROR

Ajit Kumar Raut

Action Inspirational

3  

Ajit Kumar Raut

Action Inspirational

ଏକତାର ଶକ୍ତି

ଏକତାର ଶକ୍ତି

1 min
249


ଏକତ୍ରିତ ହୋଇ ଏକତାର ଶକ୍ତି


ସ୍ଥାପିତ କରିବା ବିଶ୍ବେ,


ଏକଲା ଚାଲିଲେ ମିଳେ ନାହିଁ ଶକ୍ତି


ମିଳେନିଁ ଗୌରବ ବିଶ୍ବେ।


ଏକତାର ଫଳ ପ୍ରତ୍ୟକ୍ଷେ ଦେଖୁଛ


ଭୟାଭୟ କାଳେ ଆଜି,


କରୋନା ରୋଗର ଆବଶ୍ୟକ ସବୁ


ଦେଶକୁ ଆସୁଛି ଆଜି।


ଏକତ୍ରିତ ବିଶ୍ବ ଏକତ୍ରିତ ଦେଶ


ଜଡ଼ିତ ହୋଇଛି ଏବେ,


ବିପଦ କାଳରେ ସାହାଯ୍ୟ ହିଁ ହୁଏ


ଏକତ୍ରିତ ମନ୍ତ୍ର ଏବେ।


କଠିଣ ସମସ୍ୟା ସମାଧାନ ହୁଏ


ଏକତାର ମନ୍ତ୍ର ଏହି,


ବିପଦର କାଳେ ସାହାଯ୍ୟ କରନ୍ତି


ଏକତ୍ରିତ ମନ୍ତ୍ର ଏହି।


ଏକତ୍ରିତ ହୋଇ ଦେଶକୁ ଗଢିବା


ନିଜ ସ୍ବର୍ଥ ଛାଡି ଏବେ,


ମାତୄଭୂମୀ ତେବେ ଉନ୍ନତି କରିବ


ଗୌରବ ମିଳିବ ତେବେ।


ବିଶ୍ବ କରୁଅଛି ଅପୂର୍ବ ସାହାଯ୍ୟ


କରି ଥିଲୁ ଆମ୍ଭେ ଆଗେ,


ତାର ଫଳାଫଳ ମିଳୁଅଛି ଏବେ


ଡ଼ର ନାହିଁ ଆଉ ଆଗେ।


ଅହିଂସାର ମନ୍ତ୍ର ଗୌରବ ଦେଉଛି


ହିଂସା ଦୂର ହୁଏ ଏବେ,


ଏକସୁତ୍ରେ ଆଜି ବାନ୍ଧି ହୋଇଛନ୍ତି


ଦେଶ ବା ବିଦେଶ ସର୍ବେ।


ଏକତ୍ରିତ ହୋଇ ଏକତାର ଶକ୍ତି


ସ୍ଥାପିତ କରିବା ବିଶ୍ବେ,


ଏକଲା ଚାଲିଲେ ମିଳେ ନାହିଁ ଶକ୍ତି


ମିଳେନିଁ ଗୌରବ ବିଶ୍ବେ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action