STORYMIRROR

Sunanda Mohanty

Abstract Action Others

3  

Sunanda Mohanty

Abstract Action Others

ରଙ୍ଗ ଫଗୁଣ

ରଙ୍ଗ ଫଗୁଣ

1 min
268


ଫଗୁଣ ରେ ଫଗୁଣ 

ତତେ ପୁନେଇ ରାଣ 

ଫଗୁରେ ଫଗୁରେ ଆଜି 

ଫୁଲରେ ଫୁଲରେ ମଜ୍ଜି 

ଫାଲ୍ଗୁନୀ ପୂର୍ଣ୍ଣିମାକୁ 

କରିବା ସକାରଣ 


ରଙ୍ଗରେ ରଙ୍ଗେଈ 

ଜହ୍ନକୁ ଦେଖେଇ 

ଫଗୁରଙ୍ଗେ ରଙ୍ଗାୟିତ 

ମନ ଉପବନ ସତ 

ସବୁଜିମା ଭରିଦେଇ 

ଯାଆ ତତେ ମୋରାଣ


ରାଧା କୃଷ୍ଣ ଦୋଳରେ 

ରଙ୍ଗ ବର୍ଷା ସଧିରେ 

ମନେପଡେ ଗୋପରେ 

ରାଧା ସଙ୍ଗେ କୁଞ୍ଜରେ 

ବିଶାଖା ଲଳିତା ସାଥେ 

ରଙ୍ଗଖେଳ ନଥାଏବାରଣ 


ଫାଲ୍ଗୁନୀ ଟିକେ ରହିଯା 

ଫଗୁଖେଳି ରଙ୍ଗ ବର୍ଷି ଯାଆ 

ଭାଇଚାରା ସ୍ନେହ ଶ୍ରଦ୍ଧା 

ଏଥିରେ ନହେଉ ବାଧା 

ଓଡିଶା ର ସବୁ ପର୍ବ 

ଦୋଳ ପୂର୍ଣ୍ଣମୀ ର ଆହ୍ୱାନ 


ସାତରଙ୍ଗେ ସାତଋତୁ 

ଫଗୁଣରେ ଫଗୁ କିନ୍ତୁ 

ସବୁଠାରୁ ନିଆରା 

ମନ ପକ୍ଷୀ ହୁଏ ବାଆଁରା 

କୋଇଲିତ କହେ କୁହୁ 

ଆମ୍ବବଉଳରେ ମନ ପରାଣ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract