ଫୁଲ
ଫୁଲ
1 min
1
ଦିନରେ ଫୁଟେ ଦୁଃଖ ଲୁଟେ
ନାମ ତାହାର ଫୁଲ
ସୁଖ ଦେଇ ମନ ହୃଦୟ କିଣେ
ଖୁସିର ପାଖୁଡା ହସକୁ ବୁଣେ
ନାଁଟି ତାହାର ଫୁଲ
ମାଗେନା ମୁଲ ତୋଳିନିଅ ଶ୍ରଦ୍ଧାରେ
ଅମୂଲ ମୂଲ୍ୟ ସେ ଫୁଲ
ଦେବ ଦେବୀ ଗଳାରେ ସାଜେ ଭିଜେ
ହଜେ ଯିଏ ସେ ଫୁଲ
ସକାଳୁ ଉଠିଲେ ଫୁଲକୁ ଦେଖି ଆଖି ଲାଖି
ସୁନ୍ଦର କେଡେ ସେ ଫୁଲ
ଉଷ୍ମତା ତାର ଉପରେ ବାସ ଆଖିରେ ହସ
ତୋଳିଲେ କରେନା ମନା
ଦେବତା ପୂଜା ରହେ ଅପୂଜା ସିନା
ଫୁଲ ସେ ତା'ରି ବିନା
ରଙ୍ଗ ବେରଙ୍ଗ ଶ୍ୱତମନ୍ଦାର ଅବା ଟଗର
ସବୁରେ ଆମ ଶ୍ରଦ୍ଧା
ଫୁଲ ଝଡିଲେ ମନ ମାରି ବସିଲେ
ବୃଦ୍ଧ ବୃଦ୍ଧାଙ୍କୁ ଅସୁବିଧା
କେ ଅଛି ଫୁଲ ପରି ଭଲ
ଫୁଲ ଚିଣ୍ଡାଇ ଶିଶୁ ଖୋଜଇ କେତେ
ସ୍ପର୍ଶ ଯେତେ ଅମୁଲ୍ୟ ତୁଲ୍ୟ
ନାମଟି ତାର ଫୁଲ
ଆସୁଛି ଦୀପାବଳି ଫୁଲ ଚାଙ୍ଗୁଡ଼ି ଭରି
ବାବୁଲା ହୁଏ ଗେଲ
ଫୁଲତୁ ସତରେ କେତେ ଭଲ
,,,,,,,,,,,,,,,
