ମାଟି ଫିଟି ହୋଇଛି ଅନେକ
କିଏ ସେଠି କହିବାକୁ ଯେ କୁହୁକ
କଳାସବୁକୁ ଭାଗ କରି ମାଟି ଫାଟି
କଳାକାର ଉଠନ୍ତି ଫୁଟି
ମାଆ ମାଟିରେ ଫୁଟି ଲୋଟି
ମାଆ ଦେଇଛି ପିଠି ଯାଆ ତୁ ଫାଟି
ସୃଜନର ବୈଠି ଆଖି ଫିଟି କେବେ ଫୁଟି
ଝରାଏ ହରାଇ ଇଷ୍ଟଙ୍କ ଅଭିଷ୍ଟ ଗୋଟି
ଯେମିତି ଅକାଳେ ଯାଇଛି କେତେ କିଏ ଫିଟି
ମାଆ ମାଟି ଆଖି ଫୁଟି ଲୋଟି
ଗଲା ପୁତ୍ର ବାହୁଡ଼ି ନୋଇଲା ଲୋ କୋଇଲି
ସାଇତି ମଞ୍ଜି ମଞ୍ଜ ଗଣ୍ଠି
ଫୁଟାଇଲି ଦେଖାଇ ପିଠି
କାଳର କରାଳେ ଲୋଟି ଫିଟି ଗଣ୍ଠି
ଗଣ୍ଠିଧନ ଗଲେ ଛୁଟି
ଗାଉଛି ନଦୀ ସାରସ୍ୱତୀ ଛୁଟି
ଫେରିଆ ଯାତ୍ରୀ ପକା ଗୋଇଠି
ମାଟି ମାଆ ପଡେ ଲୋଟି ଯାଆନା ଫିଟି
ଅଛି ସବୁ ଏଠି ସେଠି ଗୋଟି ଗୋଟି
ବଞ୍ଚି ବଞ୍ଚାଇବାକୁ ହସି ଖେଳି ଲୋଟି
ତଥାପି ଡାକ ଆସେ ଖୋଲି ଚିଠି
ପଢିବା ପୂର୍ବରୁ ପଡେ ଲାଠି
ତୁ ଥା ମାଆ ମାଟି ଯାଉଛି ମୁଁ ଛୁଟି
ଦେଖା ହେବା ଆରଜନ୍ମେ ଥିଲେ ଭାଗ୍ୟ
ଡୋରରେ ମଜଭୂତ ଗଣ୍ଠି
ଯିଏ ରହିଲେ କାତ ମାରି ହାଉଲେ
ଚଳାଇ ନେବେ ପିଠି ସାଉଁଟି ଦେଇ ତାଟି