ଜୀବନ କଣ ବୋଲି ଭାବିଲେ
ଦେଖିବାକୁ ହେବ କଳାପଟା
କେତେ ଲେଖା ଆସେ ବିପ୍ଳବ ସାଜି
ଚକ ଥାଏ ଡଷ୍ଟର ସାଥେ ମାଜିମୁଜି
ଗୋଟେ ଚାଲୁଥାଏ କାନ୍ଥଘଣ୍ଟା
ଘଣ୍ଟା କହେ ଟିକଟିକ କାମ କର ଠିକଠିକ
ସତେକି କଳାପଟା
କେତେ ଭୁଲଭାଲ ଲିଭେଇ ଚାଲିଛି
ହାତ ହୋଇ ଅଙ୍କାବଙ୍କା
ମନ ଯଦି ବୁଝେ ଆଖି ବୁଝେନା
ଆଖି ବୁଝିଗଲେ ମନ ମାନେନା
ଏଇତ ଜୀବନ ନାଆ ଗୋଟେ ଲଟା
ଜୀବନରେ ହସ ଭରେ ଆନନ୍ଦ
ମିଳେ ସୁଖ ଦୁଇମୁଠା
ଜୀବନର ଘାଟା ପାରିକରେ ପଟା
ସ୍ମୃତିକୁ ନକରି ଇତି
ଦେଉଳ ତୋଳେ ନେଇ କାଠିକୁଟା
ସମସ୍ତେ ଏଠି ଗୋଟେ ଗୋଟେ ପକ୍ଷୀ
ଲେଖା ଅଛି ନାଆଁ ଗୋଟା ଗୋଟା
ତୋର ମୋର ତାର ଆମର ନକହି
କୁହ ଜୀବନର କଳାପଟା
ଚିତ୍ରଗୁପ୍ତଙ୍କ ପାଞ୍ଜି ପରି
ହିସାବ କରଇ ଚରିତ୍ରମୁଣିଟା