ମୁଁ ଏକ ନାରୀ
ମୁଁ ଏକ ନାରୀ
ମୁଁ ଏକ ନାରୀ, ନଇଁ ନଇଁ ଚାଲେ
ଲାଜେଇ ଲାଜେଇ
ମୁଁ ଏକ ନାରୀ, ମୁଣ୍ଡ ଓ ମୁହଁକୁ
ଓଢଣୀରେ ଲୁଚାଇ ।
ମନରେ ନାରୀର ଅନେକ ସ୍ବପ୍ନର
ଭାବନା ଥାଇ
ଗୋପନୀୟ ପଚିଶ ପ୍ରକୃତି ମନ,
ମଣିଷ ହୋଇ ।
ଦୁଇ କୁଳକୁ ନାରୀ ତ ଉଦ୍ଧାର
କରି ଥାଏ
ଜୀବନ୍ତ ମୂର୍ତ୍ତ ହୋଇ ସମସ୍ତଂକ ମନ
ଭରି ଥାଏ ।
ନର୍କ କୁ କରଇ ସରଗ ତାର ଦୁଇ
ହାତରେ
ବାଢଇ ପିଣ୍ଡ ସ୍ୱାମୀ ପିତୃ ପୁରୁଷେ
ଶ୍ୱଶୁର ଘରେ ।
ନାରୀ ଯୋଗୁ, ପୁରୁଷ ସଂସାରରେ
ହୁଏ ଜୟ
ତେଣୁ କଥା ଅଛି ତାର ପ୍ରେରଣାରେ
ହୁଏ ବିଜୟ ।
ନାରୀ ହିତା ପରା ଦୁଇ କୂଳକୁ,
ତେଣୁ ଦୁହିତା
ବିଛେଦେ, ସହେ ମାଆର ଆଖି ଲୁହ
ଓ ଅନ୍ତରର ବ୍ୟଥା ।
ସେ ଲକ୍ଷ୍ମୀ, ସରସ୍ୱତୀ, ଦୂର୍ଗା, ତା
ଦାନ ଅବ୍ୟକ୍ତ
ନାରୀ ତ ସୃଷ୍ଟି ର ଆରମ୍ଭ ଆଉ
ସେ ଅନ୍ତ ଅନନ୍ତ ।
ନନ୍ଦିନୀ, ଇନ୍ଦିରା ଭଳି କେତେ
ନେତ୍ରୀ ଥିଲେ
ଶାସନରେ ବସି ତାଙ୍କ ବାପା ମାଆଙ୍କ
ଟେକ ରଖିଲେ ।
କୁନ୍ତଳା କୁମାରୀ, ମ୍ଯାଡମକ୍ଯୁରୀ ଓ
ଲକ୍ଷ୍ମୀବାଇ
ତାଙ୍କରି ବୀରତ୍ୱର କୀର୍ତ୍ତି ସଂସାରେ
ଦେଖିଛ ଭାଇ ।
ମା ଯଦି ହେବ ପଠୋଇ ତାର ପିଲା
ହୁଅନ୍ତି ବୁଦ୍ଧିଆ
ଘରର ପରିବେଶ ସୁନ୍ଦର କରି ଗଢଇ
ହୋଇ ମାଆ ।
ତେବେ ଝିଅ ଜନମଟା କାହିଁ କୁହ
ଚୁଲି ମୁଣ୍ଡକୁ,
ବୋଲାଅ ଲକ୍ଷ୍ମୀ ଛାଡି ଯିବେ ଝିଅ
ଗଲେ ପଢିବାକୁ।
ବୋଲ ନାରୀ ତ ଅଟନ୍ତି ମହାନ
ଏହି ସଂସାରରେ
କନ୍ୟା ଭୃଣ ହତ୍ୟା ପରି କେତେ
ନିର୍ଯ୍ୟାତନା କିଆଁ ପାଆନ୍ତିରେ ।
ପବିତ୍ର ମନୁଷ୍ୟ ହୋଇ ସୁଦ୍ଧା କିଆଁ
ଆଜି ପ୍ରତାରିତ
କିଏ କୁହ ଦେବ ଏ ସବୁ କଥାର
ଉତ୍ତର ଦେବତ ।
ହେ କବିବୃନ୍ଦ,
ଆଙ୍କିଛ ନାରୀକୁ ତୁମେ ଗୀତ
ଗୋବିନ୍ଦରେ
ଗୋପାଙ୍ଗନା ସହ ରାଧିକା
ହିସାବରେ ।
ଭଞ୍ଜଂକର ବୈଦେହୀଶ ବିଳାସ
କାବ୍ୟରେ
ଶ୍ରୀରାମଙ୍କ ବୈଦେହୀଙ୍କ ବିରହ
ରଂଗରେ ।
ଦୀନବନ୍ଧୁଙ୍କ ରସକଲ୍ଲୋଳ
କାବ୍ୟରେ
ପ୍ରେମର ରାସଲୀଳା ରାଧା
କୃଷ୍ଣଙ୍କ ଭିତରେ ।
ଅଭିମନ୍ୟୁଙ୍କ ସେହି ବିଦଗ୍ଧ
ଚିନ୍ତାମଣିରେ
ଦୁଃଖର ବ୍ୟଥା ଜୀଵନ
ସଙ୍ଗିନୀ ବିୟୋଗରେ ।
ମୋ ଭାବନାରେ, ଲେଖନୀରେ,
ମୋ ଭାବ ସମୂହରେ
ମୋ ମନ ପ୍ରାଣରେ, ଆକାଂକ୍ଷାରେ,
ମୋ ସ୍ମୃତି ପଟ୍ଟଳରେ ।
ଚେତାଏ ସେହି ସେହି ପୁରୁଷକୈନ୍ଦ୍ରିକ
ଚିନ୍ତାଧାରାର ମଣିଷଙ୍କୁ
ଥରେ ଚିନ୍ତା କରି ଦେଖ କେତେ ନ୍ୟାୟ
ସ୍ୱାମୀତ୍ୱ ଜାହିର କରିବାକୁ ।