STORYMIRROR

Ajit Kumar Raut

Action Inspirational Others

4  

Ajit Kumar Raut

Action Inspirational Others

ଷଡ଼ଯନ୍ତ୍ର

ଷଡ଼ଯନ୍ତ୍ର

1 min
255

ରହିଣ ଦେଶରେ ଖାଇଣ ଦେଶର

   ଷଡ଼ଯନ୍ତ୍ର ଦେଶେ କିମ୍ପା?

ସତ୍ତର ନିମନ୍ତେ ଦେଶର ଗୌରବ

   ଦେଖିପାରୁ ନାହଁ କିମ୍ପା?


ଏତେ ବର୍ଷ ପରେ ସ୍ୱରାଜ ଆସିଛି

   ଉନ୍ନତି ପଥରେ ରାଷ୍ଟ୍ର,

ଭ୍ରଷ୍ଟାଚାର ନାହିଁ ଡିଜିଟାଲ ଏବେ

   ନୂଆ ପଥେ ଏବେ ରାଷ୍ଟ୍ର।


ଏକତ୍ରିତ ହେଲା ସମ୍ପୂର୍ଣ୍ଣ ଭାରତ

   ସମାନଟି ଅଧିକାର,

ଶାସନ ଚାଲିଛି ରାମ ରାଜ୍ୟ ପରି

   ନାହିଁ ଭେଦଭାବ କାର।


ହିନ୍ଦୁ ରାଷ୍ଟ୍ର ଏହୁ ସନାତନୀ ଆମେ

   ହିନ୍ଦୁତ୍ବ ଆମ ସଂସ୍କୃତି,

କୃଷ୍ଣ ରାମ ନାମ ଜଗନ୍ନାଥ ଭକ୍ତି

   ଅଟେ ହିଁ ଆମ ସଂସ୍କୃତି।


ଶିକ୍ଷିତ ହୁଅନ୍ତି ଗ୍ରାମବାସୀ ଏବେ

   ବୁଝୁଛନ୍ତି ସବୁକିଛି,

ଉନ୍ନତି କରୁଛି ଗ୍ରାମୀଣ ଭାରତ

   ଡିଜିଟାଲ ହେଉ ଅଛି।


ଠକିବାର ପ୍ରଥା ଦୁରେଇ ଗଲାଟି

   ଜନ ବୁଝେ ଅଧିକର,

ରାଷ୍ଟ୍ରର ବିକାଶେ ମତଦାନ ତାଙ୍କ

   ବୁଝୁଛନ୍ତି ଅଧିକାର।


ଆତ୍ମନିର୍ଭରର ପଥରେ ଭାରତ

  ହେଉଅଛି ଶକ୍ତିଶାଳୀ,

ଗୌରବ ମିଳୁଛି ବିଶ୍ବରେ ଦେଶର

  ଦେଶବାସୀ ଭାଗ୍ୟଶାଳୀ।


ଆମର ଆଦର୍ଶ ଆମ ଭଗବାନ

  ସବୁ ଘଟେ ରାମରାମ,

ବିଶାଳ ମନ୍ଦିର ବନୁଛି ତାଙ୍କର

  ଆମ ପ୍ରଭୁ ଏହୁ ରାମ।


ଖୁସିରେ ଅଛନ୍ତି ଦେଶର ଜନତା

  ଅନ୍ନ କଷ୍ଟ ଆଉ ନାହିଁ,

ସତ୍ତାର ନିମନ୍ତେ ଷଡ଼ଯନ୍ତ୍ର ଚାଲେ

  ଲଜ୍ୟା ଲାଗେ ଦେଖି ତହିଁ।


ଏତେ ବର୍ଷ ପରେ ଚିହ୍ନିଲା ହିଁ ବିଶ୍ବ

  ଭାରତ ହିଁ ଦେବଭୂମି,

ଆଦର କରୁଛି ଭାରତ ସଂସ୍କୃତି

  ଏହୁ ବିଶ୍ବଗୁରୁ ଭୂମି।


ଦେଶ ଶତ୍ରୁଙ୍କର ଷଡ଼ଯନ୍ତ୍ର ନିତ୍ୟେ

  ନୁହନ୍ତି ସେ ରାଷ୍ଟ୍ର ଭକ୍ତ,

ଗୌରବ ଦେଶର ସହି ନ ପାରନ୍ତି

  ସତ୍ତାର ହିଁ ସେହୁ ଭକ୍ତ।


ସମଭାବ ମନ୍ତ୍ର ଗୁଞ୍ଜୁଛି ଦେଶରେ

  ଜନକଲ୍ୟାଣର ପାଇଁ,

ଆତ୍ମନିର୍ଭରର ମନ୍ତ୍ର ଗୁଞ୍ଜୁ ଅଛି

  ଆତ୍ମନିର୍ଭରର ପାଇଁ।


ନାରୀଙ୍କ ସମ୍ମାନ ମିଳୁଛି ଦେଶରେ

  ବୃଦ୍ଧଙ୍କୁ ମିଳେ ସମ୍ମାନ,

ବିଧବାଙ୍କୁ ମିଳେ ସମ୍ମାନ ଅପାର

  କୃଷକଙ୍କୁ ଭି ସମ୍ମାନ।


ଷଡ଼ଯନ୍ତ୍ର କରେ ଦେଶ ଶତ୍ରୁ ନିତ୍ୟେ

  ନିଜର ହିଁ ସ୍ବାର୍ଥ ପାଇଁ,

କିପରି ମିଳିବ ସତ୍ତାର ସୁଖଟି

  ଷଡ଼ଯନ୍ତ୍ର ତାହା ପାଇଁ।


ଶତ୍ରୁ ଦେଶ ଏବେ ଭୟ କରୁଛନ୍ତି

  ଦେଖି ଭାରତର ସେନା,

ସୁରକ୍ଷିତ ଆଜି ସମ୍ପୂର୍ଣ୍ଣ ଭାରତ

  ଅତ୍ୟାଧୁନିକ ଟି ସେନା


କୃଷ୍ଣ ରାମ ନାମ ଗୁଞ୍ଜୁଛି ଦେଶରେ

  ଗୁଞ୍ଜେ ଜଗନ୍ନାଥ ନାମ,

ପ୍ରଭୁଙ୍କ ସେବାରେ ପଥଗାମୀ ଦେଶ

  ଗୁଞ୍ଜେ ଗଜଲକ୍ଷ୍ମୀ ନାମ।


ଷଡ଼ଯନ୍ତ୍ର ତାଙ୍କ ପରାସ୍ତ ହୁଅଇ

  ଚିହ୍ନିତ ହୁଅନ୍ତି ଏବେ,

ଭ୍ରଷ୍ଟାଚାରୀଙ୍କର ଟଙ୍କାର ସାମ୍ରାଜ୍ୟ

  ଜନତା ଦେଖନ୍ତି ଏବେ।


Rate this content
Log in

Similar oriya poem from Action