STORYMIRROR

Kabiratna Nutan Kumar Behera

Action Inspirational

4  

Kabiratna Nutan Kumar Behera

Action Inspirational

ବାପା

ବାପା

1 min
321


'ବାପା' ଶବ୍ଦାର୍ଥର ବ୍ୟାପକତା ସୀମାହୀନ

ଗଢି଼ ଦିଅନ୍ତି ଯିଏ ସନ୍ତାନର ସୁନ୍ଦର ଜୀବନ

ସେ ସୃଷ୍ଟିକର୍ତ୍ତାଙ୍କ ପ୍ରତୀକ ରୂପେ ସମାନ

ହୃଦୟ ସିଂହାସନରେ ତାଙ୍କର ଥାଏ ସ୍ଥାନ

ପିତା ସ୍ବର୍ଗ ଧର୍ମ ତପଃ ସାଥେ ତୁଳନୀୟ

ଉଦାର ନିର୍ବିକାର ପବିତ୍ର ତାଙ୍କ ହୃଦୟ

ଆଶୀର୍ବାଦରୁ ମିଳେ ବର ହେବାକୁ ଅଜୟ

ତାଙ୍କ ଚରଣ ପଙ୍କଜେ ରଖିଥିଲେ ଲୟ

ବାପା ଶବ୍ଦର ତତ୍ତ୍ଵ 'ବା'ରୁ ବାୟୁ 'ପା'ରୁ ପାଣି

ବଞ୍ଚାଇ ରଖେ ଯା' ଏ ସାରା ଧରଣୀ

ବାପାଙ୍କ ନିକଟେ ସନ୍ତାନ ସର୍ବଦା ଋଣୀ

ପ୍ରେରଣା ଦେଇ କରାନ୍ତି ଜଗତେ ଅଗ୍ରଣୀ

ହୃଦୟ ତାଙ୍କର ଶ୍ରଦ୍ଧା ସ୍ନେହର ରତ୍ନ ଖଣି

ମୁଖରୁ ନିସୃତ ହେଉଥାଏ ଅମୃତ ବାଣୀ

ତ୍ଯାଗ ତିତିକ୍ଷା ଗୁଣେ ସେ ଗିରିବର ସମ

କରୁଥାନ୍ତି ଜୀବନ ସାଥେ ବାଜି ଲଗାଇ ଶ୍ରମ

ଗଢି଼ବାକୁ ସନ୍ତାନକୁ କରି ସର୍ବୋତ୍ତମ

ଦେଖାଇ ଥାନ୍ତି ତାଙ୍କର ଅନନ୍ୟ ପରାକ୍ରମ

ମନର ସ୍ବପ୍ନ ତାଙ୍କ ସାଗରର ଲହରୀମାଳ

ହୃଦୟର ଭାବ ରହେ ଆକାଶ ଭଳି ବିଶାଳ

ଅଶେଷ ରୁହେ ବାପାଙ୍କ ଚରିତ୍ର ଚିତ୍ରଣ 

ଏକ ଆତ୍ମାର ସ୍ଵରୂପରେ ଥାନ୍ତି ବିଦ୍ୟମାନ

ଶକ୍ତି ସାମ୍ୟର୍ଥତା ଦେବାରେ ସେ ମହାଉତ୍ସ

ଗୁରୁ ରୂପରେ ଜ୍ଞାନଦାତା ସନ୍ତାନ ତାଙ୍କର ବତ୍ସ

ବାପାଙ୍କର ମହନୀୟ ଗୁଣେ ବାପାଟିଏ

ସୃଷ୍ଟିରେ ସଂସାରର ସାର୍ଥକତା ପୂରଣ କରିଦିଏ

ସେ ଗୁଣରୁ ହୁଏ ଯେବେ କିଛି ବ୍ୟତିକ୍ରମ

ଭାଗ୍ୟର ବିଡ଼ମ୍ଵନାରେ ହୁଏ ତା' ମତିଭ୍ରମ

ଏ ଯୁଗରେ ପିତା ପୁତ୍ର ମଧ୍ୟେ ଅନ୍ତରାୟ

ସମାଜେ ଦେଖି ସୁଜନ ହୁଅନ୍ତି ବିସ୍ମୟ

ଏକ ରକ୍ତଗତ ସଂପର୍କ ଥିଲେ ବି ଦୁଇ କାୟ

ପରସ୍ପରର ରହେ ନାହିଁ ମଧୁର ସମନ୍ଵୟ

ଅଜ୍ଞାନତା ଆଉ ସ୍ଵାର୍ଥପରତାର ପ୍ରହେଳିକା

ବାପା ପୁଅକୁ କରି ଦିଏ ପୃଥକେ ଏକା ଏକା

ନ୍ୟାୟ ନୀତି ଆଦର୍ଶର ମହତ୍ଵ ହୁଏ କ୍ଷୁର୍ଣ୍ଣ

ବିଷମୟେ ସଂସାର ପାଲଟେ ଜରାଜୀର୍ଣ୍ଣ

ସେ ଦିଗରେ ସମୂହ ଜନେ ଦେଲେ ଧ୍ୟାନ 

ଅଚିରେ ହେବ ଜଗତର କଲ୍ୟାଣ ସାଧନ।

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action