STORYMIRROR

Pranati Mahapatra

Action Inspirational

4  

Pranati Mahapatra

Action Inspirational

ଶରଣ

ଶରଣ

1 min
306


ଶ୍ରୀପଦେ ଶରଣ ଗଲି ନାରାୟଣ

ଧରା ଲଭୁ ଶାନ୍ତି ଜାଣ,

ଦୁଃଖ ରୋଗ କ୍ଲେଶ ନ ଛୁଉଁ କାହାକୁ

ଏହି ମୋର ନିବେଦନ,

ପୂରିଗଲେ କାଳ ନେଉ ଜନ୍ତୁରାଣ

ଆୟୁଷ ଯେତିକି ସେ କାଳାତିପାତ 

କଟୁ ଶାନ୍ତିରେ ତା ଦିନ।

ଶ୍ରୀପଦେ....


ହିଂସା ବାଦ ରାଗ ରୋଷ ଅହଂକାର

ଦେଖି ହୃଦ ଯେ ପାଷାଣ,

ସ୍ଵାର୍ଥେ ହୋଇ ଅନ୍ଧ ଅବିବେକୀ ପଣେ

ନ ଚିହ୍ନେ ସେ ପରିଜନ,

ବିକାଶ ନା ବିନାଶର ଆମନ୍ତ୍ରଣ

ଜ୍ଞାନୀ ମାନୀ ଧନୀ ନିଜକୁ ନିଜେ ସେ

ସଗର୍ବରେ ବୋଲାଇଣ।


ଦୁର୍ଲ୍ଲଭ ଜନମ ନେଇ ଆସୁରିକ ଭାବ

ବଳବତ୍ତର ଜୀବନ,

ଗୁରୁ ଗୁରୁଜନ ହିତବାଣୀ ଲାଗେ

କଣ୍ଟକିତ ସମ ବଣ,

ଦିଅ ମନୁଷ୍ୟ ଦେହେ ଦିବ୍ୟଜ୍ଞାନ

ଆହେ ନାରାୟଣ ଘେନ ନିବେଦନ

ଶାନ୍ତି ଲଭୁ ଜନପ୍ରାଣ।

ଶ୍ରୀପଦେ ଗଲି ଶରଣ।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action