Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Action Inspirational Others

4.0  

Bharatabandhu Biswal

Action Inspirational Others

କର୍ତ୍ତବ୍ୟ

କର୍ତ୍ତବ୍ୟ

1 min
669



କରଣୀୟ ଅଟେ କର୍ତ୍ତବ୍ୟ ଅବଶ୍ୟ

ସୁକର୍ତ୍ତବ୍ୟ ମୂଳଭିତ୍ତି

ନପାଳି କର୍ତ୍ତବ୍ୟ ଅଧିକାର ଭୋଗ

ବାଞ୍ଛେ ଯିଏ ମୂଢ଼ ମତି ।


ମାତାପିତାଙ୍କର ତ୍ୟାଗ ଓ ତପସ୍ୟା

ଅହରହ ପରିଶ୍ରମେ

ଶିକ୍ଷା ସୁସ°ସ୍କାର ପାଇଲେ ସନ୍ତାନ

ସୁନାଗରିକ ବୋଲାଏ ।


ଗୁରୁଙ୍କ ନିକଟୁ ଲଭି ଶିକ୍ଷା ଦୀକ୍ଷା

ବିକଶଇ ଜ୍ଞାନ ବୁଦ୍ଧି

ନୈତିକ ଧାର୍ମିକ ବୈଧିକ କର୍ତ୍ତବ୍ୟ

ହୁଏ ଜାଣି ଅବବୋଧି ।


ମଙ୍ଗଳ କଲ୍ୟାଣ କାର୍ଯ୍ୟ କରଣୀୟ

ନିଜ ପାଇଁ ଅନ୍ୟ ପାଇଁ

ପରିବାର ରାଷ୍ଟ୍ର ସମାଜ ହିତରେ

ସେବା କର୍ତ୍ତବ୍ୟ ଅଟଇ ।


ରାଷ୍ଟ୍ରୀୟ ଏକତା ସ୍ୱାଭିମାନ ରକ୍ଷା

ସାର୍ବଭୈ।ମ୍ୟ ଅଖଣ୍ଡତା

ବୃହତ୍ତର ସ୍ୱାର୍ଥ ସୁରକ୍ଷା କର୍ତ୍ତବ୍ୟ

କାମ୍ୟ ଉତ୍ସର୍ଗ ଭାବନା ।


ଆମ ସମ୍ବିଧାନ ଜାତୀୟ ପତାକା

ଜନ ମନ ଗଣ ଗାନ

ଆମର ଐତିହ୍ୟ ସ°ସ୍କାର ସ°ସ୍କୃତି

ଲୋଡା ଆଦର ସମ୍ମାନ ।


ଶାନ୍ତି ମୈତ୍ରୀ ପ୍ରୀତି ଅହି°ସା ନୀତିରେ

ରଖିବା ବିଶ୍ୱାସ ସଦା

ହି°ସାରୁ ରହିବା ଦୂରେଇ ସର୍ବଦା

ଆଚରିବା ଜୀବେ ଦୟା ।


ମାନବବାଦର ଉଚ୍ଚ ଆଦର୍ଶରେ

ହୋଇବା ଅନୁପ୍ରାଣିତ

ନାରୀଙ୍କୁ ସମ୍ମାନ ମୂଳ ସିଦ୍ଧାନ୍ତରୁ

ହୋଇବା ନାହିଁ ବିଚ୍ୟୁତ ।


ଆମ ସମ୍ମିଳିତ କର୍ତ୍ତବ୍ୟ ନିଷ୍ଠତା

ଉତ୍ତମ ପ୍ରଚେଷ୍ଟା ବଳେ

ହେବ ବିଶ୍ୱଗୁରୁ ଅଖଣ୍ଡ ଭାରତ

ସ୍ୱପ୍ନ ସାର୍ଥକ ଅଚିରେ ।  


Rate this content
Log in

Similar oriya poem from Action