STORYMIRROR

Samar Ballav Bhoi

Children Stories Action Inspirational

4  

Samar Ballav Bhoi

Children Stories Action Inspirational

କହିବା ଆଗରୁ କିଛି ଶିଖିବା

କହିବା ଆଗରୁ କିଛି ଶିଖିବା

1 min
315


ଗୁରୁଜୀ ଡାକିଲେ ପିଲାଏ ଆସ

କୁନା ମୁନା ଶଶି ଧାଇଁଲେ ପାଶ

ଗୁରୁଜୀ କହିଲେ ଚେକା ମାଡ଼ି କରି

ସଭିଏଁ ମୋ ପାଖରେ ଆସି ବସ।।


ବୁଝିଲ ପିଲାଏ 

କହିବା ଆଗରୁ କିଛି କରିବା

କରିବା ଆଗରୁ କିଛି ଶିଖିବା

ଶିଖିବା ପାଇଁ କି କିଛି ଶୁଣିବା।।


ଯଦି ରହିଯାଏ କିଛି ଅବୁଝା

ପଚାରି ଗୁରୁଙ୍କ ସବୁ ବୁଝିବା।

ବୁଝି ସୁଜି ସବୁ କରିଲେ କାମ

ଭବିଷ୍ୟତ ପାଇଁ ବାଟ ହୁଏ ସୁଗମ।।


ଗାନ୍ଧୀ ଗୋପବନ୍ଧୁଙ୍କ ପରି ହୋଇବା

କହିବା ଆଗରୁ କିଛି କରିବା

କରିବା ଆଗରୁ କିଛି ଶିଖିବା

ଅନ୍ୟାୟ ଅନୀତି ନା ଆମେ ସହିବା

ଦେଶ ପାଇଁ ଆମେ ସବୁ ଲଢିବା।।


ଭୁଲ୍ କାମ କେବେ କରିବା ନାହିଁ

ସତ କହିବାକୁ ଡରିବା ନାହିଁ

କରିବା ଆଗରୁ କହିବା ନାହିଁ

ଆଳସ୍ୟ ପଣକୁ ରଖିବା ନାହିଁ।। 


କରମ ରେ ଆମେ ରଖିବା ଧ୍ୟାନ

ପିତା ମାତାଙ୍କର ରଖିବା ମାନ

ଅହଂଭାବ ଆମେ ତ୍ୟାଗ କରିବା

କହିବା ଆଗରୁ କିଛି ଶିଖିବା।। 


ଛୋଟ କଢି ଆମେ ଦିନେ ଫୁଟିବା 

ଦେଶ କୁ ଆମେ ସଜାଇ ଦେବା

ଗାଁ ପରିବେଶ ସ୍ବଛ ରଖିବା

ନିଃସ୍ୱାର୍ଥପର ଭାବେ କାମ କରିବା।।


ଗୁରୁଜୀ କହିଲେ ଚାଲ ଏଥର

ଯାହା ମୁଁ କହିଲି କର ଆଦର

ତେବେ ଯାଇ ଦେଶ ହେବ ସୁନ୍ଦର

କର୍ତ୍ତବ୍ୟ ରେ କେବେ ହେଳା ନ କର।।


ବୁଝିଲ ପିଲାଏ 

କହିବା ଆଗରୁ କିଛି କରିବା

କରିବା ଆଗରୁ କିଛି ଶିଖିବା

ଶିଖିବା ପାଇଁ କି କିଛି ଶୁଣିବା।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍