ସରିଯିବ ଖେଳ ଆସିଯିବ ବେଳ
ମନ ଖୋଲି ଟିକେ ହସ
ଦୁଇଦିନ ଖେଳ ଅଢେଇ ଘଣ୍ଟା ବେଳ
ହେବାକୁ ମୁଠେ ପାଉଁଶ
ବିକଳ୍ପ ଅନେକ ଦୁଃଖ ପ୍ରକଳ୍ପ
ସୁଖ ତ ଟିକିଏ ଟୋପାଏ ହସ
ଜୀବନ ସରସ ଅସରା ବାଆ ଓ ବାତାସ
ଉଡିଯିବ ପାଇ ହର୍ଷ ଉଲ୍ଲାସ
ଦୁଇନିଆଁରେ ଦୁନିଆଁ ଭିତରେ ଘର କରି
ସୁଖ ଓ ଦୁଃଖର ଭାଶେଷ
ଦୁଃଖରେ ଟିକିଏ ହସି ଦେଇ ଦେଖ
ଜୀବନର ମିଠା ଫାଶ
ଜୀବନ ନଈରେ ନେଳି ଶିଉଳିରେ
ଝଟକିବ କେତେ ଆଶ
ଅଗଣାରେ ପ୍ରଜାପତି ବାଡ଼ିରେ ନେଉଳ
ଘରେ ପଖାଳ ଶାଗର ଶୋଷ
ଏହାଠାରୁ ଆଉ ଅଧିକା ତଉଲ
ଆଣିଦେବ ଅମୃତରେ ବିଷ
ଜୀବନ ଡ଼ଙ୍ଗାର ତଲେଇରେ ଦେଖ
ଅନେକ ନିଷ୍ପାପ ବିଶ୍ୱାସ
ନିରିଖେଇ ଦେଖ ଦୁଃଖ ଭିତରେ
ଜଳେ ଅଧାଜଳା ଅବଶୋଷ
ଅଣଦେଖା କରି ଖୁସି ହେବାପାଇଁ
ଅମୃତ ମଣୋହି ତୁଲ୍ୟ ହସ
ଆପଣାପଣରେ ସଭିଙ୍କୁ ନିଜର କରି
ନିଜ ବାସେ ବସି କଲ୍ଲୋଳେ ହସ
ନକର ନିଜକୁ ବା ଅନ୍ୟକୁ ଉପହାସ
ହସରେ ଜଗତ ପା 'ବଶ