STORYMIRROR

Madhusmita Prusty

Action Classics Inspirational

3  

Madhusmita Prusty

Action Classics Inspirational

ରଙ୍ଗପର୍ବ ହୋଲି

ରଙ୍ଗପର୍ବ ହୋଲି

1 min
309

ରଙ୍ଗ ବେରଙ୍ଗର ପସରା ମେଲି

ବରଷକୁ ଥରେ ଆସିଛି ହୋଲି,

ମନରୁ ଭୁଲିବା ମାନ ଅଭିମାନ

ସ୍ନେହ ମମତାର ରଙ୍ଗକୁ ବୋଳି |


ନାଲି ନେଳି ରଙ୍ଗ ଭଳିକି ଭଳି

ଶ୍ରଦ୍ଧା ଭକ୍ତିଭାବ ହୃଦରେ ଭରି,

ରାଧା ଦାମୋଦର ଚରଣେ ଦେଇ

ରଙ୍ଗ ପରବକୁ ନେବା ଆଗେଇ |


ଭାଇ ଭାତୃଭାଵ ମନରେ ନେଇ

ପରକୁ ଆପଣା କରିବା ପାଇଁ,

ସୁନ୍ଦର ମୁହୂର୍ତ୍ତ ଅଟେ ସିନା ଇଏ

ଶାନ୍ତି ସଦ୍ଭାବନା ଆଣିବା ପାଇଁ |


ପ୍ରାକୃତିକ ରଙ୍ଗ ଠୁଳ କରିବା

ନୀତି ନିୟମକୁ ଧ୍ୟାନ ରଖିବା,

ସଚେତନ ହୋଇ ପରବ ପାଳିଲେ

ମହା ବିପଦରୁ ରକ୍ଷା ପାଇବା |


ଭେଦଭାବ ସବୁ ମନରୁ କାଢ଼ି

ମିଳିମିଶି ସର୍ବେ ପରବ ପାଳି,

ସୁଖେ ବିତୁଥାଉ ସର୍ବ ଜୀବନ

ବିଭୁ ପାଦପଦ୍ମେ ଏତିକି ଅଳି |



Rate this content
Log in

Similar oriya poem from Action