Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Madhusmita Prusty

Romance

3  

Madhusmita Prusty

Romance

ପ୍ରତିକ୍ଷିତ ପ୍ରାଣ

ପ୍ରତିକ୍ଷିତ ପ୍ରାଣ

1 min
140


ଦୂର ଦିଗନ୍ତରେ ଅସ୍ତ ଦିନପତି

ସଞ୍ଜ ଆସେ ନଇଁନଇଁ,

ପ୍ରତିକ୍ଷିତ ପ୍ରାଣ ହେଉଛି ଆହତ

ଅପେକ୍ଷାର ଅନ୍ତ ନାହିଁ |


କଳା ବଉଦରେ ଆକାଶ ଢାଙ୍କିଛି

ତୁହାତୁହା ବର୍ଷା ଝରେ,

ବିଜୁଳି ଚମକେ ଘଡଘଡ଼ି ଡାକେ

ଆତଙ୍କରେ ପ୍ରାଣ ଭରେ |


ମନ ଉପବନେ ମଉଳା ଫୁଲ ମୁଁ

ପ୍ରିୟ ପଥ ଚାହିଁ ବସି,

ସତେଜତା ଥିଲା କେବେ ଝଡ଼ିଗଲା

ହୋଇଗଲି କେବେ ବାସି |


ଆସିବାକୁ କଥା ଦେଇଥିଲ ସାଥି

ଭୁଲିଗଲ ଅବା ପଥ,

ଆମ ମଧ୍ୟେ ଯେଉଁ ବାଦ ପ୍ରତିବାଦ

କେବେଠୁ ହୋଇଛି ଗତ |


କେଉଁ କଥା ପାଇଁ ଅଭିମାନ କର

ମନେ ଏତେ ରୋଷଭରି,

ପୁରୁଣା ସ୍ମୁତିର ଅନ୍ତରାଳେ ଦେଖ

ଡାକୁଛି ମୁଁ ହାତଠାରି |


ଫେରିଆସ ସାଥି ମନେଭରି ପ୍ରୀତି

ଫଗୁଣର ରଙ୍ଗ ନେଇ,

ଖିଆଲି ମନକୁ ରଙ୍ଗାୟିତ କର

ପ୍ରେମର ପରସ ଦେଇ |


Rate this content
Log in

Similar oriya poem from Romance