ଧୂଆଁ ଧୂଆଁ ସକାଳ
ଧୂଆଁ ଧୂଆଁ ସକାଳ
ଚୈତ୍ର ମାସର ଧୂଆଁ ଳିଆ ସକାଳ
ତା ସାଙ୍ଗକୁ ମେଘୁଆ ମେଘୁଆ ପାଗ
ମୃଦୁ ମଳୟର ହିଲ୍ଲୋଳେ
ମଲ୍ଲୀ ଫୁଲର ମହ ମହ ବାସ୍ନା
ସବୁ ଭାବା ବେଗକୁ ଏକତ୍ରିତ କରି
ମୁଁ ଚାହିଁ ରହିଥିଲି ଅପଲକ ନେତ୍ରେ
ଦୂରେ ବହୁ ଦୂରେ ଥିବା ସେହି ବୃକ୍ଷ ଡାଳକୁ ।
ଦୂରରୁ ଉଡି ଆସି ବସି ଗଲେ ସେଠି
ହଳଦିଆ ପକ୍ଷୀ ଦୁଇଟି
ଏତେ ଦୂରରୁ ଯଦିଓ ଜାଣି ହେଉ ନଥିଲା
ତଥାପି ଲାଗୁଥିଲା ବୋଧେ ହଳଦୀ ବସନ୍ତ ସେ ପକ୍ଷୀ ।
ବୋଧହୁଏ ସମ୍ବନ୍ଧରେ
ସେମାନେ ହୋଇଥିବେ ପତି ପତ୍ନୀ
ସକାଳଟା ଥିଲା ଧୂଆଁଳିଆ
ଯଦିଓ ଦୂରରୁ ଚିତ୍ରଟା ଦିଶୁ ନଥିଲା ସ୍ପଷ୍ଟ
ତଥାପି ଲାଗୁଥିଲା ଉଭୟେ ଉଭୟଙ୍କୁ ଚଞ୍ଚୁରେ
ପରଷ୍ପରକୁ କରୁଥିଲେ କୋଳାଗ୍ରତ ।
ସାଂସାରିକ ଜୀବନର
ସବୁ ଦୁଃଖ କଷ୍ଟକୁ ପଛରେ ପକାଇ
ଦୁହେଁ ଦୁହିଁଙ୍କୁ ପ୍ରେମାଳାପରେ ଦେଇଥିଲେ ଭିଜେଇ
ସୂର୍ଯ୍ୟଙ୍କ କିରଣ ପ୍ରାପ୍ତେ
ଏ ଧରଣୀ ପୃଷ୍ଠରୁ ସକାଳର ଧୂଆଁ ଳିଆ କୁହୁଡିଟା
କ୍ଷଣକରେ ଗଲା ଛାଡି
ଦୁଇ ପକ୍ଷୀ ମହାନନ୍ଦେ ଗାଇ ପ୍ରେମ ଗୀତ
ନୀଳ ଗଗନକୁ ଉଡି ଯାଉଥିଲେ ଡେଣା ଝାଡି ଝାଡି ।