ମିତାସଂଜୟ କୁମାର ତ୍ରିପାଠୀମିତା:
ମିତାସଂଜୟ କୁମାର ତ୍ରିପାଠୀମିତା:
ମିତା: ତୁମ ଅନନ୍ୟ ରୂପର ରୋଷଣୀରେ ମୁଁ ହତଚକିତ
ଅଜାନୁଗଂବିତ ତୁମ କେଶ ବଲ୍ଲରୀର ସୁଗଂଧରେ ମୁଁ ମହକିତ
ତୁମ ଅବର୍ଣ୍ଣନୀୟ,
ପରିପୁଷ୍ଟ ଅଂଗସୋଷ୍ଠବର ସଂଦର୍ଶନରେ ମୁଁ ଶିହରିତ
ପ୍ରଥମ ଦେଖାର ତୁମ ଚୋରା ଚାହାଣୀରେ ମୁଁ ରୋମାଂଚିତ
ସର୍ବୋପରି : ଦୁଗ୍ଧ ଫଳନିଭ ତୁମ ଶରୀରର ଶରଶର୍ଯ୍ୟାତର ମୁଁ ଅର୍ଦ୍ଧଶାୟିତ
ମିତା: ତୁମେ ଚପଳା-ଚଳଟ ଚଳା
ବନବିହଂ ଗିର ଅବାଧ ଗତିବିଧରେ ସଜ୍ଜିତା
ବନ୍ୟମୟୁରୀର ମେଘ ସଜଳ ନୃତ୍ୟରେ ଚିତ୍ରିତା
ତୁମେ ଏକ ବହୁବର୍ଷା କାନ୍ସ୍ - ରଂଗର ଇଜେଲ
ମିତା : ତୁମ ଚକ୍ଷୁଯୁଗଳରେ ଅନଂତ ଯୁଗର କ୍ଷୁଧା
ତାରି ମହୁଲି ପାନ କରି ମୁଁ ମତୁଆଲ
ତୁମ ନିଷ୍କାମ ପ୍ରେମ ଆମଣରେ ମୁଁ ପୁଲକିତ
ତୁମ ଅବୟବର ମାନଚିତ୍ର ପ୍ରସ୍ତୁତିରେ ମୁଁ ବ୍ୟସ୍ତ ବିବ୍ରତ
ତୁମ ପରି ସଚ୍ଚା ଜୀବନସଂଗିନୀର ଭୂୟସୀ ପ୍ରଶଂସାର ମୁଁ ଶତମୁଖ
ଏବେ ମନର ମାନସୀ ମୋର,
ସ୍ଵୀକାରି ନିଅ ମୋର ପ୍ରେମ ନିବେଦନ
ଅଭିସାରିକା ସାଜି ହରି ନିଅ ମୋର ସମସ୍ତ କୃତି-ସକଳ ବେଦନା
ଭରିଦିଅ ମୋ ଜୀବନରେ ସ୍ଵର୍ଗୀୟ ସୁଖର ତାଜମହଲ
ପୂର୍ବଚ୍ଛଦ ଟାଣ- ଦଂପତ୍ୟ ଜୀବନର ସମସ୍ତ ମାନ ଅଭିମାନରେ
ଭୁଲ ବୁଝାମଣାରେ-ଗାଳି ଗୁଲଜରେ
ବଂଦ କର ସକଳ କ୍ଷୋଭ, ଗ୍ଳାନି, ଛଳନା ଓ ଅବଶୋଷ
କୌମୁଦୀ ସୌରଭ ଭରା ଆତ୍ମମିକ ପ୍ରେମର ଆଲୋଡନରେ
ଛିଡିଯାଉ ବିଦ୍ବେଷ, ସଂକୀର୍ଣ୍ଣ, ପ୍ରାର୍ଥ, ପରଶ୍ରୀକାତରାତାର ଶୃଙ୍ଖଳ
ଏକ ମହାଜାଗତିକ ରିଂତା ଓ ଚେତନାରେ
ସାମୀପ୍ୟଭରା ଆମ ବିବାହିତ ଜୀବନ
ଲଂଘିଯାଉ ଉତଂଗ ମହେ ଦୁ-ମହୋଦଧୂ ଓ ମହାପ୍ରାଚୀର
ଚିର ସ୍ଵାଧୀନତାର ଶେଷସ୍ପର୍ଶରେ ଝକୃତ ହେଉ ଆମ ଜୀବନଯାତ୍ରା
ଯେଉଁପରି ଏକ ଯୁଗପୁରୁଷକ ଧରାବତରଣରେ
ସମାଜରେ ଆସେ ଏକ ବୈପ୍ଳବିକ ପରିବର୍ତନ
ସମୃଦ୍ଧି, ପ୍ରଗତି ଓ ବିକାଶର ଜୟଯାତ୍ରାରେ ଦୂରେଇଯାଏ ସମସ୍ତ ବୈଷମ୍ୟବିଭେଦ
ଯାବତୀୟ ମୌଳବାଦୀ, ବିଚ୍ଛିନ୍ନତାବାଦୀ, ଆତଂ ବାଦୀ ଉଦ୍ଗୀରଣ ହୁଏ ନିର୍ବାପିତ
ଶ୍ରେଣୀ ବୈଷମ୍ୟଭରା ପ୍ରଦୂଷିତ ସାମାଜିକ ବ୍ୟବସ୍ଥାର ସ୍ଵପ୍ନ ହୁଏ ସୁଦୂରପରାହତ
ଏକା ଅନଂତ ଆରଂଭର ଦୃଢ ସଂକଳ୍ପରେ
ମାନବ ସମାଜ ହୁଏ ଉଦ୍ବିତ
ଅତି ମାନସସ୍ତରୀୟ ଚେତନାରେ ପ୍ରଭାବିତ
ସାଧାରଣ ମଣୀଷ ଗାଏ ମୁକ୍ତିର ସୁନୀଳ ସଂଗୀତ
ସଚେତନ, ସ୍ଵାଧୀନ, ସାର୍ବଭୌମ ଗଣତାଂତ୍ରିକ ରାଷ୍ଟ୍ରନୀତିର
ଶାଂତିଭରା ସଂଦେଶରେ ସସାଗରାଧରା ହୁଏ ପ୍ରଙ୍କପିତ
ରାଜନୀତି, କୂଟନୀତି, ସଂସ୍କୃତି, ବିଚାର ବ୍ୟବସ୍ଥା ହୁଏ ଦୁର୍ନୀତିମୁକ୍ତ
ସର୍ବୋପରି: ସୁଅ ମୁହଁର କାଗଜଙଗାର ଶୋକରେ
ମିତା ଲାଭା କରେ ଏକ ପୃଥକ ପରିଭାହା
ତା ସହିତ କାବ୍ୟକ ଚେତନାର ଉମେଷ ଓ
ଉତ୍ରଣରେ ତାର ଭବିଷ୍ୟତ ହୁଏ ଋଦ୍ଧିମତ ।।