Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjya Tripathy

Romance

4  

Sanjya Tripathy

Romance

ପ୍ରୀତିଲଗ୍ନା

ପ୍ରୀତିଲଗ୍ନା

1 min
4



ସିତାର ସହନଶୀଳତା ଓ ଯାଜ୍ଞସେନୀର ମୁକୁଳିତ କେଶଗୁଚ୍ଛରେ

ପ୍ରଜ୍ୱଳିତ ହୋଇଥାଏ ନାଇଟିଂଗଲ୍‌ର ଲଂପ୍

ମୈତ୍ରେୟୀର ପ୍ରଜ୍ଞା ଓ ଲତାର ସ୍ଵରଲାଜିତ୍ୟରେ ଝକୃତ ହୁଏ

ଭାଟିନାର ଏଡ୍‌ଚର ଓ ଥେଚର୍‌ର ଲୌହଶୃଙ୍ଖଳ

ଶ୍ରୀରାଧାଂକ ଦେହାତୀତ ପ୍ରେମରେ ଅନୁରଣିତ ହୁଏ

ହେଲେନ୍‌ର ଉଦ୍ଧତ ଯୌବନ

ଶଙ୍କୁତଳାର ଅନବରତ ପ୍ରତୀକ୍ଷାରେ ପରିସ୍ଫୁଟ ହୁଏ

ମଦର ମେରୀକ ଅପାପବିଦ୍ଧ ଦ୍ୟୁତି

ଉର୍ମଳାର ତ୍ୟାଗ ଓ ତିତିକ୍ଷାରେ ପ୍ରତିଧ୍ଵନିତ ହୁଏ

ଟେରେସାଂକ ନିଷ୍କାମ ସେବା

ଇଂଦିରାର ଅନମନୀୟ ମାନସିକତାରେ ପ୍ରତିଫଳତି ହୁଏ

ଦଶଭୁଜା ଦୁର୍ଗାକ ଶକ୍ତି, ଶାନ୍ତି ଓ ସଂପ୍ରୀତି

ସାଗରିକା ସୁରସାର ଗର୍ଭଗୃହରୁ ଉଚ୍ଚାରିତି ହୁଏ

ଇଭର ଅନୁଚିତ ଆକାଂକ୍ଷା

ଅଧତିର ତପସ୍ୟା ଓ ମୋନାଲିସାର ହସରେ

ତସ୍‌ଲିମାର ଲଜ୍ଜା ଆଣିଦିଏ କୋଳାହଳପୂର୍ବ ନୀରବତା

ସର୍ବୋପରି ପ୍ରତିଭାଂକ ପ୍ରତିଭା ବିକଶିତ ହୁଏ ଅର୍ଘ୍ୟଥାଳୀର ଅଳଂକରଣରେ ।।


Rate this content
Log in

Similar oriya poem from Romance