Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjya Tripathy

Classics

3  

Sanjya Tripathy

Classics

ହୋଲି

ହୋଲି

1 min
7



ହୋଲିକା ଦହନର ପାବନ ମୁହୂର୍ତରେ ଆସିଛି ହୋଲି

ଫଗୁ । ଅବିର ର ରଂଗାୟିତ ପରିବେଶରେ ଆସିଛି ହୋଲି

ପୁରୁଣା କଟୁତିକ୍ତ ଅନୁଭୂତି/ ସ୍ମୃତି ଭୂଲିବାରେ ଆସିଛି ହୋଲି ।

ହୋଲି ଆସିଛି : କରୋନାର ଦ୍ବିତୀୟ ଲହରରେ

ଦିନକୁ ଆଠ- ଅଲାଜୁକ ସାବଧାନରେ

କ୍ରମଶଃ ରକ୍ତରଂଜିତ ପବିତ୍ର ଉତ୍କଳ ଭୂଖଡରେ ।

ହୋଲି ଆସିଛି : କ୍ରମବର୍ଦ୍ଧିଷ୍ଣୁ ଦରଦାମ ଓ ନିଅଂଟିଆ ବଜେଟ୍‌ରେ

ଆର୍ଥିକ ଅସମାନତାର ଅପୂର୍ବ ଅର୍ଗଳୀରେ

ଅଡିଓ | ଭିଡିଓ ଭାଇରାଲ୍ ରାଜନୀତିରେ ।

ହୋଲି ଆସିଛି : ନୀତିକାଂତିହୀନ ସମାଜର ମୂଲ୍ୟଯୁକ୍ତ ବ୍ୟବସ୍ଥାରେ

ମାଟିର ବାସ୍ନା ପରିବର୍ତ୍ତେ ମାଂସର ଆମଂତ୍ରଣରେ

ପରାଜିତ ଫଗୁଣର ଅଂତର୍ଦାହଭରା ସିଂଫୋନୀରେ

ହୋଲି ଆସିଛି : ସବୁଜ କ୍ଷେତର ମନୋରମ କ୍ଷତରେ

ଅଫୁରଂତ ପ୍ରାଣପ୍ରାଚୁର୍ଯ୍ୟଭରା ପରିବେଷ୍ଟନୀରେ

ଆଗକୁ ବଢିବାର ବଜ୍ର ନିଘୋଷରେ

ହୋଲି ଆସିବ : ସଂପର୍କର ସୁରମ୍ୟ ସୃଜନଶୀଳତାରେ

ନୀତିଯୁକ୍ତ ସମାଜର ସାର୍ଥକ ସ୍ଵପ୍ନରେ

ପ୍ରଗତି ଓ ପରିବର୍ତନର ପୃଥକ୍ ଏକ ପରିଭାଷାରେ ।।


Rate this content
Log in

Similar oriya poem from Classics