Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjya Tripathy

Romance

4  

Sanjya Tripathy

Romance

କାବ୍ୟ ନାୟିକା

କାବ୍ୟ ନାୟିକା

1 min
5



ପ୍ରେୟସୀ ଗୋ ତୁମେ ବଂଶୀର ସୁର ଚନ୍ଦ୍ରଲୋକର ମାୟା

ବର୍ଷା ସଜଳା ବନବୀଧିକାର ସ୍ନିଗ୍ଧ ସବୁଜ ଛାୟା

ନିବିଡ଼ ନିବିଡ଼ ନୟନ ଯୁଗଳ ସତେ କି ପଦ୍ମକଳି 

ସେମିତି ଦୁଇଟି ତୀବ୍ର ତାରକା ସେହିଭଳି ସେହିଭଳି ।

ବର୍ତ୍ତୁଳ ତୁମ ବକ୍ଷବନ୍ଧନୀ ଐଶ୍ଚର୍ଯ୍ୟରେ ଭରା 

ପାଟଳ ଓଠରେ ହସର ପାଖୁଡ଼ା ମଧୁଭରା ମଧୁଝରା 

ଲଜ୍ଜା ଆନତ ମୁହଁର ମୁଦ୍ରା ଶୃଙ୍ଗରଭରା ଠାଣି

ବୀଣା ନିକ୍ଵଣ ନିନ୍ଦେ ଗୋ ତୁମ କଣ୍ଠ ର ସୁରବାଣୀ ।

ବିଧାତା ର ତୁମେ ଶିଳ୍ପଚାତୁରୀ ନିଖୁଣ ଶିଳ୍ପକଳା

ମୋହିନୀ ଅଙ୍ଗେ ହୋଇଛି ସତେ କି ତରଳ ଜ୍ୟୋତ୍ସ୍ନା ଢଳା

ପରଶେ ତୁମର ପୁଷ୍ପବିଲାସ ନିଃଶ୍ୱାସେ ତୁମ ମଧୁ

ସତେ ଅବା ତୁମେ ଅପପବିନ୍ଧା ଅଧୀର ବାଳିକାବଧୂ।


Rate this content
Log in