STORYMIRROR

Sanjya Tripathy

Comedy

4  

Sanjya Tripathy

Comedy

ଖାସି ମାଂସ

ଖାସି ମାଂସ

1 min
7

*ଖାସି ମାଂସ*


ଗତକାଲି ଶିବ ମନ୍ଦିରରେ ଭିଡ଼, 

କାଲି ଭଜନ କୀର୍ତ୍ତନ,

ଚିତା ଚୈତନ୍ୟ

     ଓ

ହୁଳହୁଳି ହରିବୋଲ,

ଆଜି ଖିଆ ପିଆ,

ପିଟା ମରା,

   ଓ

ଗଣ୍ଡଗୋଳ....


କାଲି କହୁଥିଲେ ନଡ଼ିଆ ଦେ,

କଦଳୀ ଦେ,

ଧୂପ ଦେ,

ଦୀପ ଦେ,

ଫୁଲ ଦେ

ହେ ପ୍ରଭୁ !  

ଆର୍ଶୀବାଦ ଦେ,

ସୁଖ ଦେ,

ଶାନ୍ତି ଦେ,

  ଆଉ...

ଆଜି କହୁଛନ୍ତି

କେଜିଏ ଦେ,

ଦି କେଜି ଦେ,

କଲିଜାରୁ ଟିକେ ଦେ,

ଫଡ଼ିଆରୁ ଟିକେ ଦେ,

କିଛି ନାହିଁ ଯଦି..

ଛାଲ ପୁଟା..  

ଯାହା ଅଛି ଦେ,

   ଆଉ....

ଯାହା ନେବୁ ନେ....


କାଲି ନଦୀରେ ଡଙ୍ଗା ଭାସୁଥିଲ

ଆଜି ସଂସାର ମଦରେ ଭାସିଯିବ ।

      

ଗତକାଲି ସ୍ତ୍ରୀ କହୁଥିଲେ

ଏ ମନ୍ଦିର ଯିବ,

ସେ ମନ୍ଦିର ଯିବ,

ଏଠି ଭୋଗଦେବ,

ସେଠି ପ୍ରସାଦ ଖାଇବ,

ପାଦୁକା ଟିକେ ଆଣିଥିବ,

ଆଜି କହୁଛନ୍ତି ... 

   ହଇଓ !

ଛକକୁ ଯାଉଛ କି ?

ପିଆଜ ଆଣିବ,

ରସୁଣ ଆଣିବ,

ଲଙ୍କା ଆଣିବ,

ଅଦା ଆଣିବ,

ଗୁଣ୍ଡ ମସଲା ଆଣିବ,

ସକାଳେ ଝୋଳ ହେବ,

ସନ୍ଧ୍ୟାରେ କସା ହେବ,

ରାତିରେ ଭଜା ହେବ,

ତୁମକୁ ମିଶାଇ ପାଞ୍ଚ ଜଣ,

ଦେଖିକି ଆଣିଥିବ

ପାଳିବା ପା' ଛାଡଖାଇ ।


ଗତକାଲି ଘଣ୍ଟ,ଘଣ୍ଟି,

 ପାହାନ୍ତାରୁ ମନ୍ଦିର ଖୋଲା,

 ଆଜି କାହାର ଦେଖା ଦର୍ଶନ ମିଳିବ ନାହିଁ, 

ସୂର୍ଯ୍ୟ ଉଦୟ ଯାଏଁ ମନ୍ଦିରରେ ତାଲା ଝୁଲୁଥିବ


ଆଜି ଭଗବାନ ନିଶ୍ଚେ କହୁଥିବେ,

"ମଣିଷ ଦେହେ ଦିବ୍ୟ ଜ୍ଞାନ,

ଦେଖି ସନ୍ତୋଷ ଭଗବାନ।"


ଆଜି କିନ୍ତୁକହୁଛନ୍ତି , 

"ମଣିଷ ଦେହେ ନାହିଁ ଜ୍ଞାନ,

ଦେହକୁ କଲା ସମସାନ।"


ଆଜି କାଲିର ଏ କି ଫରକରେ ବାବା !!! ପଞ୍ଚକ କାଲି ହେଲା ଶେଷ,

      ଆଉ

ଆଜି .... 

ପଶିବ *ଖାସି ମାଂସ।*



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy