STORYMIRROR

Sanjya Tripathy

Romance

4  

Sanjya Tripathy

Romance

ମୌସୁମୀ

ମୌସୁମୀ

1 min
13

ମୌସୁମୀ

ଏ ନିମନ୍ତ୍ରଣ ଚିଟାଉରେ ଲେଖି ଦେଇଛ କି, ଏମିତି ବାର୍ତ୍ତା

ଏଇ ଯେମିତି: ବୟର ଅପରାହ୍‌ଣରେ ଘୋଡାଦୌଡ

ଚୋରା ପ୍ରୀତିର ଲୁଚକାଳି ଖେଳ

ଅନନ୍ତ ସଂଭୂତା ଆତ୍ମ-ଦର୍ଶନର ଦିନଲିପି

ଏଇ ସେଦିନ : ଗୋଧୂଳୀ-ସଂଧାର ଫେରନ୍ତା ଲଗ୍ନରେ

ଗଣଧର୍ଷିତା ହେଲା ବିଚାରୀ ଝିଅଟି

କଣ ବା ଦୋଷ ତା’ର ? ମୌସୁମୀକୁ ଡାକିଥିଲା

ବୋଲି ଅପରୂପ ରୂପ ସଂଭାରରେ ?

ନିଜେ ନିଜର ଛାଇ ଦେଖୁଥିବା ନାର୍ସିସସ୍

ମଧୁକ୍ଷରା ସୁରଭୀ ଓ ନଷ୍ଟଧର୍ବଂକ ଗାଥା

ଅଂତରଂଗ ଅସହାୟତାରେ ପର୍ଯ୍ୟବସିତ

ସଂପର୍କର ସୁରମ୍ୟ ସୃଜନଶୀଳତା

ଯାହା ପ୍ରିୟଜନଂକ ଶୋକକୁ ଭୂଲିଯାଇ

ପୁଣି ଆଣିଦେବ ସତ୍ୟ ଧର୍ମ ନ୍ୟାୟର ତ୍ରିବେଣୀ ସଂଗମ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance