Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjya Tripathy

Romance

3  

Sanjya Tripathy

Romance

ବିଶ୍ୱ ସୃଷ୍ଟିର ଆଦ୍ୟ ଉଷାରୁ ପ୍ରୀତିଲଗ୍ନା

ବିଶ୍ୱ ସୃଷ୍ଟିର ଆଦ୍ୟ ଉଷାରୁ ପ୍ରୀତିଲଗ୍ନା

1 min
5



ପ୍ରତିଭରା

ନାରୀ ତୁମେ ନଭଚାରଣୀ-ଅପରୂପା-ଅନନ୍ୟା-ବହୁବର୍ଷା

ତୁମେ ପୁଣି ଚପଳା, ଚଳଚଂଚଳା, ଚିରସୁଂଦରୀ

ପ୍ରେମ, ତ୍ୟାଗ, ଭକ୍ତି, ନୀତିକାଂତିର ଚିରନିର୍ଝର ଉସ୍

ସ୍ନେହ, ମମତା, କରୁଣା, ସଂପ୍ରିତିର ନବସଂଜୀବନୀ ଭରା

ପ୍ରେରନା ଦାୟିନୀ, ସୁଖଦୁଃଖର ସାଥୀ ପରିମ ବାଂଧବୀ

ସେ ନାରୀ ପ୍ରତିଫଳିତ :

ଇଉର ଅନୁଚିତ ଆକାଂକ୍ଷାରେ

ଅକ୍ଷାଂଧତିର ଏକନିଷ୍ଟ ତପସୟାରେ

ମୋନାଲିସାର ହସରେ

ନାଇଟିଂଗେଲର ନିଃସ୍ୱାର୍ଥପର ସେବାରେ

ଭାଟିନାର ଏଡ୍‌ଚରରେ

ମୈତ୍ରେୟୀର ପ୍ରଜ୍ଞାରେ

ଶଙ୍କୃତଳାର ପ୍ରତୀକ୍ଷାରେ

ଅହଲ୍ୟାର ଅଭିଶପ୍ତ ଆବରଣରେ

ଯାଜ୍ଞସେନୀର ସତୀତ୍ବରେ

ସୀତାର ସହନଶୀଳତାରେ

ତସ୍‌ଲିମାର ଲଜ୍ଜାରେ

ଥେଚର୍‌ର ଲୌହ ଶଂଖଳରେ

ଇଂଦିରାର ଗରିବୀ ହଟାଓରେ

ଲତାର ସ୍ଵର ଲାଳିତ୍ୟରେ

ହେଲେନ୍‌ର ଉଦ୍ଧତ ଯୌବନରେ

ନାରୀ : ପ୍ରତିନିୟତ ପ୍ରତିଭାତ ହୁଅ ତୁମେ

ସଂଜୟ କୁମାର ତ୍ରିପାଠୀ

ଜନନୀ ଜାୟା ଭଗିନୀ ରୂପରେ

ପ୍ରଥମ ବର୍ଷାରେ ଭିଜି ଭିଜି ନିର୍ବିଶେଷ ସତ୍କୃଷ୍ଣ ନୟନରେ

ତୁମ ଆସିବା ପଥକୁ ଚାହିଁ ରହିଥିବା

ମୌସୁମୀସିକ୍ତ ପ୍ରେମିକ ମନରେ ଭରିଦଅ

ଶତକଦଂବର ରୋମାଂଚ

ଯୁଗପତ୍ ବେପଥୁ

ଶିହରଣ ମାନଂକର ଝଡ

ସୀତ୍‌କାରର ରୋମାଂଚିତ ରୋମଂଥନ

ଦେହମନରେ ଝଡ ପରବର୍ତୀ ନୀରବତା, ଶାଂତି ଓ ପୁଲକ

ନାରୀ : ତୁମର ଅଂତର୍ଭେଦୀ ଦୃଷ୍ଟିର ଅସଂଖୟ ଅଂତର୍ଦାହ

ଓ ଆତ୍ମିକ ଆଲୋଡନର ଆସ୍ତରଣରେ

ସଦ୍ୟସ୍ନାତା, ପୂର୍ବଯୌବନା, ମୌସୁମୀ ମନସ୍କା ସୀମଂତିନିର

ଜାଜ୍ୱଲ୍ୟମାନ ସିଂଦୁରବ୍ୟୁରେ ତୁମେ ହିଁ ସାଜିଛ

ସ୍ମୃତିଲଗ୍ନା, ସୃଷ୍ଟିଲଗ୍ନା - ସର୍ବୋପରି ପ୍ରୀତିଲଗ୍ନା ।


Rate this content
Log in

Similar oriya poem from Romance