ତୃପ୍ତି କର
ତୃପ୍ତି କର
ତୃପ୍ତି ସିନା ଉପଭୋଗ୍ୟ
ତାତି କି ଅସହ୍ୟ,
ଶୁଷ୍କ ମରୁଭୂମି ପରା
ଆଜିର ଏ ଦେହ ।
ଦେହାତୀତ ପ୍ରେମ ତୁମ
ଲାଗଇ ଅବୁଝା,
ଦୂରେ ତୁମ୍ଭେ ଘରେ ଆମ୍ଭେ
କୁହ କେଉଁ ମଜା ।
ଆସନ୍ତ ନି ସଖି ରାତ୍ରେ
ମୋ' ବାସ କୁଟୀର
ଭେଟନ୍ତି ଅବଶ୍ୟ ପ୍ରିୟେ
ହୋଇଣ ଆତୁର ।
ତୃପ୍ତି ଯହିଁ ପ୍ରେମ ତହିଁ
ତହିଁ ସ୍ବର୍ଗ ସୁଖ,
ପଲଙ୍କ କ୍ଷେତରେ ସଖି
ଦେଖନ୍ତି ତୋ'ମୁଖ ।
ଦେହ ଦେଉଳରେ ସଖୀ
ଲଗାଇଛ ନିଆଁ
ଆସ ସଖୀ ନିଶାର୍ଦ୍ଧରେ
ଦିଅ ଦେହ ଛୁଆଁ ।
ତୃପ୍ତି କର ସ୍ନେହମୟୀ
ଏ ବର୍ଷା ରଜନୀ
ଲିଭୁ ନାହିଁ ପ୍ରୀତି ନିଆଁ
ଅସହ୍ୟ ଧମନୀ ।
ଶାନ୍ତ କର ଶାନ୍ତ କର
ଏ ଦେହର ତାତି,
ତୁନୁ ମନ ଭିଜିଯାଉ
ନ ବିତୁ ଏ ରାତି ।