STORYMIRROR

Rabindra kumar Sahoo

Romance

4  

Rabindra kumar Sahoo

Romance

ମୁଁ ଭଲପାଏ

ମୁଁ ଭଲପାଏ

1 min
412

 

  ମୁଁ ଭଲପାଏ

  ମୋ ମା ମାଟି କୁ

   ମୋ ଦେଶ କୁ

  ମୋ ପରିବେଶ କୁ ।


   ମୁଁ ଭଲପାଏ ମଣିଷ ଜାତିକୁ

   ମଣିଷ ପଣିଆକୁ 

   ମୋ ମା ମାଟିକୁ

   ସମ୍ପର୍କ କୁ ସମାଜକୁ

    ସାମାଜିକତାକୁ ସଂସ୍କୃତି କୁ ।


   ମୁଁ ଭଲପାଏ ନୀତି ଆଦର୍ଶ କୁ

    ନୈତିକତା କୁ 

   ମୋ ଜାତୀୟ ପତାକା କୁ

    ମୋ ସମ୍ବିଧାନ କୁ

   ସମାଜ ସେବାକୁ 

    ତ୍ୟାଗ ପୂତ ଜୀବନ କୁ ।

 ମୁଁ ଭଲପାଏ

   କୃଷକ ଶ୍ରମିକ

  ଦଳିତ ନିଷ୍ପେସିତ ମଣିଷ ଙ୍କୁ

   ମଣିଷ ପଣିଆ ଥିବା ମଣିଷ ଙ୍କୁ ।


   ମୁଁ ଭଲପାଏ ଶ୍ରେଣୀ ହୀନ ସମାଜ କୁ

    ସମାଜବାଦ କୁ ସାମ୍ୟବାଦ କୁ

   ଖଟିଖିଆ ମଜୁରିଆ ମେହନତୀ ମଣିଷ ଙ୍କୁ ।


    ମୁଁ ଭଲପାଏ ଗଣତନ୍ତ୍ର କୁ

     ଗଣଙ୍କ ଦୁଃଖ ଦୂର କରିବା କୁ

   ମହିଳା ସଶକ୍ତିକରଣ କରିବାକୁ ।


   ମୁଁ ଭଲପାଏ ଦେଶ ପ୍ରୀତିକୁ

    ମୁଁ ଭଲପାଏ ବିଶ୍ଵ ପ୍ରୀତି କୁ

    ବିଶ୍ଵ ଭ୍ରାତୃତ୍ଵ ପ୍ରତିଷ୍ଠା

    ଶିକ୍ଷା ସ୍ଵାସ୍ଥ୍ୟ ର ଉନ୍ନତି କରଣକୁ ।


    ମୁଁ ଭଲପାଏ

   କୃଷି,ଶିଳ୍ପ ଓ ସ୍ଵାସ୍ଥ୍ୟ ର ଉନ୍ନତି କରଣକୁ

     ଦରିଦ୍ର ଦୂରୀକରଣ କୁ

   ନିରକ୍ଷରତା ଦୂର କରିବା କୁ

    ବିକାଶ ଓ ପ୍ରଗତି ପଥେ

     ଦେଶ ବିଶ୍ଵକୁ ଆଗେଇ ନେବାକୁ।


   ମୁଁ ଭଲପାଏ ଅହିଂସା କୁ

    ମୁଁ ଭଲପାଏ ମାନବିକତା କୁ

   ଭଲପାଏ ମୁଁ ମାନବବାଦ କୁ

    ମୁଁ ଭଲପାଏ 

  ବେକାରୀ ସମସ୍ୟା ଭ୍ରଷ୍ଟାଚାର

    ଦୂର କରିବା କୁ

   ଦେଶ ମାତୃକାର ସେବା କରିବା କୁ

    ଦେଶ ପାଇଁ ଜୀବନ ଦେବା କୁ

    ମୁଁ ଭଲପାଏ ନୀତି ଆଦର୍ଶ ରେ

     ଦେଶ ବିଶ୍ଵ ଗଢ଼ିବାକୁ

    ସଭିଏଁ ପଢି ସଭିଏଁ ବଢ଼ିବାକୁ।


      


     

    

   



 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance