STORYMIRROR

Pareshchandra Das

Romance

3  

Pareshchandra Das

Romance

ସ୍ଵପ୍ନରେ ଆସ ମୋ ପ୍ରିୟା

ସ୍ଵପ୍ନରେ ଆସ ମୋ ପ୍ରିୟା

1 min
253


ଅଜଣା ଏ ପଥେ ଏ ସଂସାର ହାଟେ

କେତେ କିଏ ଯାଏ ଆସେ।

ଆଜି ଯିଏ ଜଣା କାଲି କି ଅଜଣା

ମୁହଁ ମୋଡ଼ି କିଏ ଖସେ।।

ଛାଡ଼ି ଯାଏ ଚିହ୍ନ ମନର ବେଳାରେ

କେତେ ହଜେ କେତେ ରହେ ।

ଯାଯାବର ସାଜି କିଏ ଭୁଲି ଯାଏ

କେଉଁଠି ଵା ରାତି ପାହେ ।।

ବିଜନତା ଖୋଜେ ଆଖି ପତା ମେଲି

ଦେଖିବ ଅପୂର୍ବ କାନ୍ତି।

ସ୍ମୃତି ସୁହାଗିନୀ ପ୍ରେମ ପରଶରେ

ଭରି ଦେବ ମନେ ଶାନ୍ତି ।।

କିଏ କହେ ସ୍ମୃତି ତୁମେ ମୋ ଜୀବନ

ପାହାନ୍ତି ଉଷାର ସ୍ଵପ୍ନ ।

କିଏ କହେ ତୁମେ ବାରିଦ ଲଳନା

ଧୋଇ ଦିଅ ମିଠା ଚିହ୍ନ ।।

ତୁମେ ବାଲିଘର ତୁମେ ଶିହରଣ

ତୁମେ ଗଲା ଦିନ ଛୁଆଁ ।

ଝରା ଶେଫାଳୀ ଗୋ ରାତି ପରେ ରାତି

ସ୍ୱପ୍ନରେ ଆସ ମୋ ପ୍ରିୟା ।।

ପରେଶ ଚନ୍ଦ୍ର ଦାସ

ଗୋପାଳପୁର, ଭୋଗରାଇ,ବାଲେଶ୍ୱର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance