STORYMIRROR

ଅଜୟ କୁମାର ସାହୁ

Abstract Romance

3  

ଅଜୟ କୁମାର ସାହୁ

Abstract Romance

ଅଚିହ୍ନା ନାୟିକା-୬

ଅଚିହ୍ନା ନାୟିକା-୬

1 min
119

ଦେଖା ହେଲା ସେହି ଅଚିହ୍ନା ନାୟିକା

ଶିବ ମନ୍ଦିର ବେଢ଼ାରେ,

ଦୀପଟିଏ ଜାଳି ଧ୍ୟାନମଗ୍ନ ହୋଇ

ଜଗିବସିଥିଲା ମନ୍ଦିରେ।


ଦୀପ ଜଳା ଦେଖି ମନ ମୋର ହେଲା

ଦୀପଟେ ଜାଳିବା ପାଇଁ,

ଦୀପଟିଏ ଜାଳି ହରଷ ମନରେ

ବସିଗଲି ପାଶେ ଯାଇ।


ମନ୍ଦିର ପ୍ରାଙ୍ଗଣ ଦୀପର ଆଲୋକେ

ହେଉଥିଲା ଉଜ୍ବଳିତ,

ଅଚିହ୍ନା ନାୟିକା ପାଶେ ଦୀପ ଜାଳି

ମନ ମୋର ପୁଲକିତ..!


ସଖିଙ୍କ ଗହଣେ ଅଚିହ୍ନା ନାୟିକା

ଲାଗୁଥିଲା ଦେବୀପରି,

ତାର ସେ ରୂପର ନାହିଁ ଯେ ତୁଳନା

କିଏ ହେବ ତା'ର ସରି..!


ଅଧର ଧାରରେ ହସର ଝଲକ

କରୁଥିଲା ଆକର୍ଷିତ,

ତାହାର ସେ ରୂପ ଯୌବନର ଆଗେ

ମନ ହେଲା ବିଚଳିତ..!


ଅଚିହ୍ନା ନାୟିକା ବାଙ୍କ ଚାହାଣୀରେ

ଆଖି ମୋର ଲାଖିଗଲା,

ସବୁ ଭାବଭକ୍ତି ଦୀପର ଆଳତୀ

ମନରୁ ଉଭେଇ ଗଲା।


ଏତିକି ବେଳକୁ ଘଣ୍ଟ ଶଙ୍ଖନାଦ

ଉଚ୍ଚସ୍ୱରରେ ଶୁଭିଲା,

ଦେବ ଦେବ ସେହି ମହାଦେବଙ୍କର

ମହାଦୀପ ଯେ ଉଠିଲା..!


ଶିବଙ୍କ ମହାଦୀପ ଉଠିଲା ପରେ

ଘରକୁ ଆସିଲି ଫେରି,

ଅଚିହ୍ନା ନାୟିକା ଅନେକ ଦୂରରୁ

ହସୁଥିଲା ଥିରି ଥିରି...!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract