STORYMIRROR

ଅଜୟ କୁମାର ସାହୁ

Others

3  

ଅଜୟ କୁମାର ସାହୁ

Others

ଦର୍ଶନ ଦିଅ ଭଗବାନ

ଦର୍ଶନ ଦିଅ ଭଗବାନ

1 min
139

ଭାବର ସାଗର ହେ ଚକା ନୟନ 

ଟିକିଏ ଦିଅ ଦର୍ଶନ

କାହିଁ କେତେ ଦୂରୁ ଧାଇଁ ମୁଁ ଆସିଛି

କରିବାକୁ ଆଲିଙ୍ଗନ।


ତୁମେ ପରା ଭକ୍ତ ଭାବଗ୍ରାହୀ ବୋଲି

ନେଲ ଦାସିଆ ନଡ଼ିଆ,

କିନ୍ତୁ ମୋତେ ଆଜି ଦର୍ଶନ ଦେବାକୁ

ଲାଗୁଛି ବୋଧେ ଅଡ଼ୁଆ ।


ଆଶା ଆଉ ଭରସା ଭାଙ୍ଗିନି ମୋର

କରିବି ନିଶ୍ଚେ ଦର୍ଶନ,

ଆସିବାର ଅଛି ଆସୁ ଯେତେ ବିଘ୍ନ

କରିବି ତା'କୁ ଖଣ୍ଡନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍