STORYMIRROR

ଅଜୟ କୁମାର ସାହୁ

Abstract Romance

4  

ଅଜୟ କୁମାର ସାହୁ

Abstract Romance

ଅଚିହ୍ନା ନାୟିକା-୫

ଅଚିହ୍ନା ନାୟିକା-୫

1 min
317

ବହୁ ଦିନପରେ ଦେଖା ହେଲା ଆଜି

ଅଚିହ୍ନା ନାୟିକା ସାଥେ,

ସାଇକେଲ ଚଢ଼ି ଆସୁଥିଲା ସିଏ

ସେହି ଅଚିହ୍ନା ପଥେ।


କଳା ଓଢ଼ଣୀ ତା ମୁହଁରେ ଢାଙ୍କି ସେ

ଚାହୁଁଥିଲା ବୁଲି ବୁଲି,

ଏତେଦିନ ପରେ ଅଚିହ୍ନା ପରିକା

ମୁହଁମୁଡ଼ି ଗଲା ଚାଲି।


ମୁହଁ ମୁଡ଼ିବାଟା ରାଗ ନା ଅଭିମାନ

ସେକଥା ମୁଁ ଯେ ଜାଣେନା,

ମୁହଁମୁଡ଼ା ସେହି ତେରେଛା ଚାହାଣୀ

କରିଥାଏ ଆନମନା।


ଅଭିମାନକୁ ତା ସହି ନପାରି ମୁଁ

ପଛରେ ତାହାର ଗଲି,

ପଛକରି ତାର ବହୁଦିନ ପରେ

ଠିକଣା ମୁଁ ପାଇଗଲି।


ସେ ଥିଲା ଅଚିହ୍ନା ବାପା ତାର ଚିହ୍ନା

ଡାକିଲେ ତାଙ୍କ ସାଥିରେ,

ଥିଲା ସେ ଅଚିହ୍ନା ହେଲା ଆଜି ଚିହ୍ନା

ଅନେକ ଦିନ ଅନ୍ତରେ।


ଘରକୁ ତା ଗଲି ପାଖରେ ବସିଲି

ମିଠା,ମିଠା କଥା କହି,

କଣ ସେ ଭାବିଲା ସାର କହି ମୋତେ

ଧରେଇ ଦେଲା ତା ବହି ।


ଅଚିହ୍ନା ନାୟିକା କାହାଣୀକୁ ଆଜି

ଭାବୁଛି କରିବି ଶେଷ,

ପ୍ରେମ କରିବାଟା ଜୀବନରେ ମୋର

ରହିଗଲା ଅବଶୋଶ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract