STORYMIRROR

ଅଜୟ କୁମାର ସାହୁ

Abstract Romance Tragedy

4  

ଅଜୟ କୁମାର ସାହୁ

Abstract Romance Tragedy

ଅଚିହ୍ନା ନାୟିକା-୭

ଅଚିହ୍ନା ନାୟିକା-୭

1 min
367

ବହୁଦିନ ପରେ ଅଚିହ୍ନା ନାୟିକା

ହୋଲିରେ ଯେ ଦେଖାହେଲା,

ସଖୀ ସଙ୍ଗେ ମିଶି ଆନନ୍ଦ ମନରେ

ଅବିର ସେ ଖେଳୁଥିଲା।


ହୋଲିର ରଙ୍ଗରେ ରଙ୍ଗାୟିତ ହୋଇ

ନାଚୁଥିଲା ଝୁଲି ଝୁଲି,

ମୋତେ ଦେଖି ସଙ୍ଗେ କାହିଁକି କେଜାଣି

କେଉଁଆଡେ ଗଲା ଚାଲି..!


ରଙ୍ଗ ଅବିରକୁ ହାତରେ ମୁଁ ଧରି

ଖୋଜିଲି ଅଚିହ୍ନା ନାୟିକା,

ଗହଳି ଭିତରେ ଲୋକଙ୍କ ଭିଡ଼ରେ

ଆଉଥରେ ହେଲା ଦେଖା..!


ପାଖକୁ ମୁଁ ଗଲି ରଙ୍ଗ ବୋଳିବାକୁ

ଅଚିହ୍ନା ନାୟିକା ଗାଲେ,

ଭାରି ଅଝଟିଆ ସଖୀ ଯେ ତାହାର

ହାତଧରି ଟାଣି ନେଲେ..!


କେମିତି ବୋଳିବି ରଙ୍ଗ ତା' ଦେହରେ

ମନେମନେ ଚିନ୍ତାକଲି,

ବୁଦ୍ଧି ବିଚାରି ମୁଁ ବଡ଼ ସରାଗରେ

ସଖୀକୁ ପାଶେ ଡାକିଲି।


ସଖୀ ସଙ୍ଗେ ମିଶି ରଙ୍ଗର ଖେଳକୁ

ଆଗ ମୁଁ ଆରମ୍ଭ କଲି,

ସଖୀଙ୍କ ସାଥିରେ ରଙ୍ଗ ଅବିରକୁ

ତା' ଦେହରେ ବୋଳିଦେଲି।


ଖୁସିରେ ଖୁସିରେ ଅଚିହ୍ନା ନାୟିକା

ରଙ୍ଗଦେଲା ମୋ ଦେହରେ,

ବଡ଼ଭାଇ ତା'ର ରଙ୍ଗର ଖେଳକୁ

ଦେଖୁଥିଲା ବହୁଦୂରେ..!


ଭାଇକୁ ଦେଖିଣ ଅଚିହ୍ନା ନାୟିକା

ଭୟରେ ଥରିଉଠିଲା,

ବ୍ୟସ୍ତ ବିବ୍ରତରେ ଭାଇଙ୍କ ଭୟରେ

ସେଠାରୁ ସେ ଚାଲିଗଲା..!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract