STORYMIRROR

ଅଜୟ କୁମାର ସାହୁ

Abstract Classics

4  

ଅଜୟ କୁମାର ସାହୁ

Abstract Classics

ଚଇତି ପର୍ବ

ଚଇତି ପର୍ବ

1 min
277

ମନ୍ଦାର ମଣ୍ଡିତା ଘଟଗାଁର ରାଣୀ

ତାରିଣୀ ଯାହାର ନାମ,

ସୁନାବେଶ ଧରି ଚଇତି ପର୍ବରେ

ବଢାଏ ତା'ର ସୁନାମ।


ବରଷକେ ଥରେ ଚଇତ ମାସରେ

ହୁଏ ଚଇତି ପରବ,

କେତେ ସାଜସଜ୍ଜା ନିତିଦିନ ହୁଏ

ବଢ଼ିବା ପାଇଁ ଗୌରବ।


ଚଇତି ପର୍ବରେ ଭକ୍ତିରେ ଆସନ୍ତି

ଭକତ ନକରି ମଠ,

ଚଳ ଚଞ୍ଚଳ ହୋଇଉଠେ ସେଦିନ

ମା' ତାରିଣୀଙ୍କର ପୀଠ।


ମହମହ ବାସେ ମା' ତାରିଣୀ ବେଢ଼ା

ଧୂପ,ଝୁଣା,ନୈବେଦ୍ୟରେ,

ଭକତ ଭକ୍ତିରେ ନଡ଼ିଆ ଯାଚିଲେ

ପହଞ୍ଚିଯାଏ ପାଖରେ।


ସଞ୍ଜ ଆଳତୀର ଦର୍ଶନ ନିମନ୍ତେ

ଭିଡ଼ ଲାଗେ ତା'ର ପୀଠେ,

ଘଣ୍ଟ,ହୁଳହୁଳି ମହୁରୀ ଶବ୍ଦରେ

ବେଢ଼ା ତା' ଉଚ୍ଛୁଳି ଉଠେ।


କେତେ ସାଧୁ,ସନ୍ଥ ନିତିଦିନ ଆସି

ଦିଅନ୍ତି ଯେ ପ୍ରବଚନ,

ପ୍ରବଚନ ଶୁଣି ଭକ୍ତ ବୃନ୍ଦଙ୍କର 

ତୃପ୍ତ ହୋଇଥାଏ ମନ।


ସୁନାମ ଧନ୍ୟ କଣ୍ଠଶିଳ୍ପୀ କେତେ

ଆସି ଗାଇଥାନ୍ତି ଗୀତ,

ମା'ଙ୍କ ଭଜନ ଶୁଣି ତାଙ୍କ କଣ୍ଠରୁ

ଖୁସି ହୁଅନ୍ତି ଭକତ।


ଅନେକ ଦୂରରୁ ମହାନ ଗାୟକ

ଆସି କରନ୍ତି ସେ ପାଲା,

ତାଙ୍କ ପାଲା ଦେଖି କେତେ ଯେ ଭକତ

ଆନନ୍ଦେ କରନ୍ତି ହାଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract