STORYMIRROR

ଅଜୟ କୁମାର ସାହୁ

Fantasy Others

3  

ଅଜୟ କୁମାର ସାହୁ

Fantasy Others

ଅଚିହ୍ନା ନାୟିକା-୮

ଅଚିହ୍ନା ନାୟିକା-୮

1 min
194

ବହୁଦିନ ପରେ ଦେଖା ହେଲା ଆଜି

ସେହି ଅଚିହ୍ନା ନାୟିକା,

ତା ଦର୍ଶନ ବିନା ସତେକି ଯେମିତି 

ରଜ ଲାଗୁଥିଲା ଫିକା।


ବହୁଦୂର ଏକ ନିଖୁଣ କୋଣରୁ

ଚମକି ଝଟକୁ ଥିଲା,

ସୁନ୍ଦରୀଙ୍କ ଗହଳି ଝଲକ ମଧ୍ୟରେ

ଖିଲି ଖିଲି ହସୁଥିଲା।


ପାଦର ଝୁଣ୍ଟିଆ ହାତର କଙ୍କଣ

ରୁଣୁ ଝୁଣୁ ଶବଦରେ,

ଲାଜରେ ଲାଜେଇ ହସରେ ହସେଇ 

ଚାଲୁଥିଲା ଧିରେ ଧିରେ।


ଗଭାର ଗଜରା ଆଖିର କଜଳ

ଆକର୍ଷଣ କରୁଥିଲା,

ପାଦର ଅଳତା ହାତର ମେହେନ୍ଦି

ଦେଖି ମନ ଭରୁଥିଲା।


ସୁନ୍ଦରୀ ତରୁଣୀ ରୂପର ରୂପସୀ

ନାହିଁ ଯେ ତା'ର ତୁଳନା,

ଇନ୍ଦ୍ରଧନୁର ସେ ସାତ ରଙ୍ଗ ମଧ୍ୟ

ଫିକା ଲାଗେ ତା'ର ବିନା।


ଅଧର ଧାରରେ ଅଳପ ହସିଣ

କାହିଁ ସିଏ ଲୋଚିଗଲା,

ତାକୁ ଖୋଜି ଖୋଜି ଗହଳି ମଧ୍ୟରେ

ଦିନ ମୋର ବିତିଗଲା।


କେବେ କେବେ ସେହି ଅଚିହ୍ନା ନାୟିକା

ଅଚାନକ ଦେଖା ହୁଏ,

ଚାହୁଁ ଚାହୁଁ ପୁଣି ଗହଳି ମଧ୍ୟରେ

ଅନ୍ତର୍ଦ୍ଧ୍ୟାନ ହୋଇ ଯାଏ।


ଅଚିହ୍ନା ନାୟିକା ନାହିଁ ତା ଠିକଣା

କରେ ନିତି ବାଟ ବଣା,

ଜଣା ନାହିଁ କେବେ କଉଠୁ କେମିତି

ପାଇବି ତା'ର ଠିକଣା..!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy