Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Romance Fantasy Inspirational

3  

Bharatabandhu Biswal

Romance Fantasy Inspirational

ସ୍ମୃତି ତୁମେ ଯେବେ ଆସ

ସ୍ମୃତି ତୁମେ ଯେବେ ଆସ

1 min
212


ସ୍ମୃତି ତୁମେ ସମୁଜ୍ଜ୍ୱଳ ରଶ୍ମିରେଖା ଆଲୋକ ବର୍ତ୍ତିକା

ଆସ ଯେବେ ସ୍ମୃତି ତୁମେ ଲାଗେନାହିଁ ମୋତେ ଏକାଏକା ।


କେବେକେବେ ସକାଳରେ ଦ୍ୱିପହରେ ମୁହଁ ସଞ୍ଜବେଳେ

ଉଙ୍କି ମାରେ ମୁହଁ ତୁମ ସଜ ଫୁଟା ଗୋଲାପ ରଙ୍ଗରେ ।


ଲାଜଲାଜ ସ୍ମିତହାସ୍ୟ ତୁମ ଭାବ ଆବେଗ ଉଦବେଗ

ସ୍ମୃତିତୁମ ସମ୍ଭାଷଣେ ଦେହମନେ ଫୁଟିଉଠେ ରୋମାଞ୍ଚ କଦମ୍ବ।


ଉଷ୍ମ ଲାଗେ ଆବେଦନ ତୁମ ଆଶା ଉନ୍ମେଷ ଜିଜ୍ଞାସା

ଜୀବନ୍ମୟ କରେ ତୁମ ସୈ।ଜନ୍ୟତା ଅନାବିଳ ନିଷ୍ଠା ।


ମଗ୍ନ ତୁମ ତଲ୍ଲୀନତା ଆକର୍ଷଣ ଆତ୍ମିକ ଭାବନା

ଆନମନା ହୃଦୟ ମୋ କଣ୍ଠେ ତୋଳେ ମଧୁର ମୂର୍ଚ୍ଛନା ।


ଅନ୍ତରଙ୍ଗ ପ୍ରିୟା ତୁମେ କ୍ଷଣପ୍ରଭ ଅମୃତ ନିର୍ଯ୍ୟାସେ

ଗୁଞ୍ଜିଉଠେ ବ°ଶୀସ୍ୱନ ଇନ୍ଦ୍ରଧନୁ ଶୋଭେ ମନାକାଶେ ।


ସ୍ମୃତି ତୁମେ ଅପରୂପା ଗୋପପୁର ରାଈ ପ୍ରେମଶୀଳା

ପ୍ରେମମୟୀ ସ୍ମୃତି ରାଧା ମୋ ଜୀବନ ଯମୁନାର ଧାରା ।


Rate this content
Log in

Similar oriya poem from Romance