Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Smitarani Barik

Fantasy

3  

Smitarani Barik

Fantasy

ଲହରୀ ତୁ ସାଗର କୋଳକୁ ଯା' ଫେରି

ଲହରୀ ତୁ ସାଗର କୋଳକୁ ଯା' ଫେରି

1 min
177


ସୁନୀଳ ଢେଉ ପରି ଢେଉ ଭାଙ୍ଗି

ଆସୁତୁ କୂଳକୁ କାହା କାହା ଲାଗି

ମନରେ ତୋର ଆଶା ଅସୁମାରୀ

ଲହରୀ ତୁ ସାଗର କୋଳକୁ ଯା' ଫେରି   ।


ବନ୍ଧୁକ ଚିରି ନୀଳ ସାଗରରେ

କୂଳକୁ ପିଟି ହେଉ ବାରବାର

ମନରେ କି କିଛି ବେଦନା ଭରି

ଲହରୀ ତୁ ସାଗର କୋଳକୁ ଯା' ଫେରି   ।


ଖୋଡୁଛୁ କି କହ ତୋ ପରିଚୟ

ବାସ୍ତବତା ନାଁ ଏ ତୋର ମୋହ

ମିଛ ଭ୍ରମକୁ ଦୂର କରି

ଲହରୀ ତୁ ସାଗର କୋଳକୁ ଯା' ଫେରି   ।


ସାଇତି ଥିଲୁ ଅମୁୁଲ ମୁକୁତା

ସଂନ୍ଦେହ ସଂଶୟ ମନରେ ଭରି

ଲହରୀ ତୁ ସାଗର କୋଳକୁ ଯା' ଫେରି    ।


ବାଲୁକା ବେଳାରେ କେତେ ଶାମୁକା

କାହିଁ ହଜିଗଲା ତୋ" ମୁକୁତା

ପାଇବୁକି କହ ଆଉ ତୁ ଫେରି

ଲହରୀ ତୁ ସାଗର କୋଳକୁ ଯା' ଫେରି   ।


ଶାମୁକା ସାଉଁଟି ସେ କାରୀଗର

ପଡିଛି ସେନେହ ମୁକୁତା ହାର 

କେତେ ଯେ ଯତନ କରି

ଲହରୀ ତୁ ସାଗର କୋଳକୁ ଯା' ଫେରି   ।


ତୋ" ଶାମୁକା ଲୁଚି ନାହିଁ ବେଳାରେ

ହାଉ ସାଜିଛି ଆଉ କାହା ବେଳାରେ

ଫେରିବା ଆଜିତୁ ମନକୁ ମାରି

ଲହରୀ ତୁ ସାଗର କୋଳକୁ ଯା' ଫେରି    ।


Rate this content
Log in

Similar oriya poem from Fantasy