ବହି ବଉଳ ଲୋ
ବହି ବଉଳ ଲୋ
ବିଦ୍ୟା ଅଟେ ମହାଧନ
ନିଶ୍ଚୟ କରିବା ତାକୁ ଅର୍ଜନ
ବଉଳ ଲୋ
ପାଠ ପଢିବା ଲଗେଇ ମନ
ବଉଳ ଲୋ
ନଥିବ ପରୀକ୍ଷା ଡର
ପଢିବା ବହି ଓ ନୋଟ ପେପର
ବଉଳ ଲୋ
ଭଲ ପାଠ ଯିଏ ପଢେ
ସବୁଠି ତାହାର ସମ୍ମାନ ବଢେ
ବଉଳ ଲୋ
ନିଜ ଭବିଷ୍ଯତ ନିଜେ ଗଢେ
ବଉଳ ଲୋ
କରିଯିବା ଦେଶ ସେବା
ବହିଟିକୁ ଆମେ ସାଥି କରିବା
ବଉଳ ଲୋ
ତପସ୍ୱୀନି ମ୍ୟାମ୍ ଙ୍କ କଥା ମାନିବା
ଆମେ ସବୁରି ପ୍ରିୟ ହୋଇବା
ବଉଳ ଲୋ
ଶିକ୍ଷକ ପାଇବେ ଭଲ
ପିତାମାତା ଭାରି କରିବେ ଗେଲ
ବଉଳ ଲୋ
ହେବା ମଧୁବାବୁ ସମତୁଲ
ବଉଳ ଲୋ
ଜଳ ବିନା ସୂଷ୍ଟି ନାଶ
ବିଦ୍ୟା ବିନା ପରା ଜୀବନ ତୁଚ୍ଛ
ବଉଳ ଲୋ
କେବେ ଏହି କଥା ନୁହେଁ ମିଛ
ବଉଳ ଲୋ
ଆମରି ଅଖିର ସ୍ୱପ୍ନ
ବହିଟି ପଢିଲେ ହେବ ପୁରଣ
ବଉଳ ଲୋ
ଦୂର ହୋଇଯିବ ଦୁଃଖ କଷଣ
ବଉଳ ଲୋ
ପଢିବା ପାଇଁ ସହଜ
ସବୁ ବିଷୟରେ କରେ ସାହାଯ୍ୟ
ବଉଳ ଲୋ
ପାଠ ଲାଗେ ନାହିଁ ଜମା ବୋଝ
ବଉଳ ଲୋ
ଟିଉସନ ଲେଡା ନାହିଁ
ସବୁ ପ୍ରଶ୍ନର ତ ଉତ୍ତର ତହିଁ
ବଉଳ ଲୋ
ଯିଏ ପଢିଛି ଜାଣିଛି ସେହି
ବଉଳ ଲୋ
ବହିଟି ଯାହାର ସାଥି
<p>ଶ୍ରେଣୀରେ ପାଏ ସେ ଆଦର ଅତି
ବଉଳ ଲୋ
ସବୁ ହୃଦୟକୁ ଯାଏ ଜିତି
ବଉଳ ଲୋ
ବହିଟି ପଢିବା ଆଣି
ଭାରି ସରଳ ସେ ରଖିଥା ଜାଣି
ବଉଳ ଲୋ
କହେ ସଫଳତାର କାହାଣୀ
ବଉଳ ଲୋ
ଅମୂଲ୍ଯ ସମ୍ପତ୍ତି ଶିକ୍ଷା
ଆସ ବହିଟି ପଢିକି ଦେବା ପରୀକ୍ଷା
ବଉଳ ଲୋ
ଦୂର କରିବା ସବୁ ଅଶିକ୍ଷା
ବଉଳ ଲୋ
ଧନ ହୋଇଯାଏ ଚେରି
ଶିକ୍ଷା ଧନ କେବେ ହୁଏନା ଚୋରି
ବଉଳ ଲୋ
ସେତ ଅସଲ ଧନ ଆମରି
ବଉଳ ଲୋ
ମନେରଖ କଥା ମୋର
ପଢେ ଯେ ବିଭିନ୍ନ ବହି ଓ ନୋଟ ପେପର
ବଉଳ ଲୋ
ସେ ସବୁଠି ହୁଏ ଟପ୍ପର
ବଉଳ ଲୋ
କେବେବି ଚିନ୍ତା ନ କର
ବହିଟି ଅଟଇ ଶିକ୍ଷା ଭଣ୍ଡାର
ବଉଳ ଲୋ
ସବୁ ଅଜ୍ଞାନ କରଇ ଦୂର
ବଉଳ ଲୋ
ବହି ଓ ନୋଟ ପେପର
ଯେଉଁ ଛାତ୍ରଛାତ୍ରୀ କରେ ନିଜର
ବଉଳ ଲୋ
ସବୁ ପ୍ରଶ୍ନର ଦିଏ ଉତ୍ତର
ବଉଳ ଲୋ
ଭଲ ପାଠ ପଢେ ଯିଏ
ତାକୁ ନେଇ ଗର୍ବ ନ କରେ କି'ଏ
ବଉଳ ଲୋ
ସିଏ ସବୁଠି ଆଗରେ ରହେ
ବଉଳ ଲୋ
ଶପଥ କରିବା ଆସ
ପାଠ ପଢି ହେବା ଭଲ ମଣିଷ
ବଉଳ ଲୋ
କେବେ ନ ଭାଙ୍ଗି ଆଶା ବିଶ୍ବାସ
ବଉଳ ଲୋ ।