Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUKANTA KHANDA

Children

3  

SUKANTA KHANDA

Children

ବଡ଼ଯାତ୍ରା

ବଡ଼ଯାତ୍ରା

1 min
123



ବୁଲି ଯାଇଥିଲି ବଡ଼ଯାତ୍ରା ଦେଖି

   ସାଙ୍ଗ ଗହଣରେ ମୁହିଁ

ପୁରୀ ବଡ଼ଦାଣ୍ଡ ଉଚ୍ଛୁଳି ପଡୁଛି

   ଜନ ସମୁଦ୍ରକୁ ଚାହିଁ।୧

ଏକଲା ମନରେ ଗୁଣି ହେଉଥିଲି

   ଜୟଜୟ ଜଗନ୍ନାଥ

ପତିତ ପାବନ ବାନା ଉଡା଼ଇକି

   କରୁଛ କିଆଁ ଅନାଥ?୨

କିଏ ମରୁଅଛି ଖାଇବା ନ ପାଇ

   କିଏ ମରୁଥାଏ ଦୁଃଖେ

କିଏ ବି ରୋଗରେ ସଢି଼କି ମରୁଛି

   ହସ ଫୁଟାଅ କି ମୁଖେ?୩

ତୁମର ବେଳକୁ ଦିନରାତି ଚାଲେ

   ଗହଳି ଚହଳି ସଦା

ଆଜି ବଡ଼ଯାତ୍ରା କୋଟିଏ ହୃଦୟ

   ଭାବ ହିଁ ତ ଗଦାଗଦା।୪

ନିଜର ପାଇଁକି ଷାଠିଏ ପଉଟି

   କିସମ କିସମ ତୁଣ

ସଢି଼ ମରୁଛନ୍ତି ଗରିବ ଓ ଦୁଃଖୀ

   ଚାଲିଯାଏ ତାଙ୍କ ପ୍ରାଣ।୫

ଖାଇବା ପିଇବା ରୋଗ ଓ ଯନ୍ତ୍ରଣା

   କାହିକି ତାଙ୍କୁ ଦେଉଛ 

ନିଜର ତ ମୋଟେ ଦୁଃଖ କି ଯନ୍ତ୍ରଣା

   ନ ପାଇ ସୁଖେ ବସିଛ।୬

ଭାଇ ଭଉଣୀଙ୍କୁ ସାଙ୍ଗରେ ଧରିକି

   ଭକ୍ତପାଇଁ ଉଭା ହେଲ

କେଉଁ ଜନଙ୍କର ଦୁଃଖ ହରୁଅଛ

   ଏଠି ଦୁଃଖୀ କଲବଲ?୭

ଯାହା ତୁମ ଇଛା ବସି କରୁଥାଅ

   ଶାସନ ତୁମ ହାତରେ

ଅଭିମାନେ ଖାଲି ଗୁଣି ହେଉଅଛି

   ଦୁଃଖ ତ ଖାଲି ମୁଣ୍ଡରେ।୮

ବଡ଼ଦାଣ୍ଡ ଯାତ୍ରା ନିଆରା ନିଶ୍ଚୟ

   ଏ ଦେହକୁ ସୁଖ ପାଇଁ

କିଛି ତ କରନ୍ତୁ ଶ୍ରୀ ଜଗନ୍ନାଥ ହେ

   ଆକୁଳେ ରହିଛି ଚାହିଁ।୯

ଆଖି ଓଦା ହେଲା ଚାହିଁଥିଲା ବେଳେ

   ବୁଢା଼ଟିଏ ଲୁହ ପୋଛି

କହିଲା ବାବୁରେ ନିଜ କର୍ମଫଳ

  ଦୋଷ ଦିଅ କିଆଁ ବାଛି?୧୦

         


Rate this content
Log in

Similar oriya poem from Children