Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

suchismita Panda

Inspirational Others Children

3  

suchismita Panda

Inspirational Others Children

କାଗଜ ଡଙ୍ଗା

କାଗଜ ଡଙ୍ଗା

1 min
168


କାଗଜ ଡଙ୍ଗାରେ 

ରେ କାଗଜ ଡଙ୍ଗା 

ଭାସିଯା ତୁ ଭାସି ଯା

ନଦୀ ନାଳ ଦୂର ପାହାଡ ଡେଇଁ 

ମୋ ଜନ୍ମମାଟିର ପାଦ ଧୋଉଥିବା

ନଦୀ ତୁଠେ ଲାଗିବୁ ଯା ।


ସକାଳର ପାହାନ୍ତି କିରଣ ଦେଖି

ମୋ ବୋଉ ଯେବେ ଆସିବ ଗାଧୋଇ 

ଚୁପ କିନା ତା ପାଖକୁ ଯାଇ

ଗୋଟି ଗୋଟି କରି ମୋ କଥା କହି

ଗାଁ ରଜର କାହାଣୀ ବୁଝିବୁ ଯା ।


ରେ କାଗଜ ଡଙ୍ଗା 

ପଚାରିବୁ ମୋ ସଖି ସହୋଦରଙ୍କ କଥା

ଶାଶୁଘରୁ ଆସିଛନ୍ତି କି ଖାଇବାକୁ ରଜ ପିଠା 

ବୋଉର ହାତକୁ ଛୁଇଁ, ତା ହାତ ରନ୍ଧା ଖାଇବା ପାଇଁ

ଝୁରେ ତା ଆଖିର ତାରା କହିବୁ ଯା । 


ନାହିଁ ଏଠି ରଜ ଦୋଳି ନାହିଁ ପିଠା ପଣା

ପାନ ଖଣ୍ଡେ ଖାଇବାକୁ ଏଠି ଅଛି ମନା

ରଜ ସଜ କହିଲେ ଲୋକେ ହୁଅନ୍ତି ଚକିତ

ସଂସ୍କୃତି ଓ ପରଂପରା ମୃତ୍ୟୁ ଯେଉଁଠି, ସେଠି

କାହିଁ ଟେକିଦେଲୁ ବୋଲି ପଚାରିବୁ ଯା ।


ରେ କାଗଜ ଡଙ୍ଗା 

ବୋଉଙ୍କୁ କହିବୁ ଦୂର ବିଦେଶର ଦୁର୍ଦ୍ଦଶା 

ଯାନି ଯାତରା, ପର୍ବ ପର୍ବାଣୀରେ ଲାଗେ କେତେ କଷା

ବୁଲି ବୁଲି ସବୁଠି ଓଡିଶାର ଗୀତ ଗାଇବୁ 

ଯା ରେ ଭାସି ଯା, ଭାସି ଭାସି ଗୁଣ ଗାଇ ଯା । 


Rate this content
Log in

Similar oriya poem from Inspirational