Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pravatirani Mohanty

Inspirational

4  

Pravatirani Mohanty

Inspirational

ବୋଉ

ବୋଉ

1 min
337



ବୋଉ ଏକ ମଧୁମୟ

ପ୍ରୀତି ଭରା ଛନ୍ଦ

ତୁ କେଉଁ ଉପାଦାନରେ  ଗଢା 

ମୁଁ ଜାଣେନା

କେବଳ ଏତିକି ଜାଣିଛି

ତୁ ଗଙ୍ଗା ଠାରୁ ପବିତ୍ର

ଆକାଶଠାରୁ ଅସୀମ

ଚନ୍ଦ୍ରଠାରୁ ଶୀତଳ

ସାଗରଠାରୁ ଗଭୀର

ପର୍ବତଠାରୁ ଅଚଳ

ମୋ ପାଇଁ ତୁ ମର୍ତ୍ତ୍ୟ ର

ଦେବିଟିଏ

ତୋର ପଣତ ର ଛାଇରେ 

ମୋର ଟିକିସଂସାର 

ଏବେ ତୁ ମୋଠାରୁ କାହିଁ କେତେ

ଦୂରରେ

କିନ୍ତୁ ଅନୁଭବ କରିଛି

ପ୍ରତିଟି ମୁହୂର୍ତ୍ତରେ

ମୋ ନୀରବତାରେ

ମୋ ହୃଦୟରେ

ମୋ ଚାରିପାଖରେ

କବିତା ରେ

ଛନ୍ଦରେ ସୁରରେ ତାଳ ରେ

ଲୟ ରେ

ମୋ ସମଗ୍ର ସତ୍ତା ଭିତରେ

ତୁ ଏକାକାର

ବାଟ ଦେଖାଉ ଆଗକୁ

ଚାଲିବାର ବାଟ

ଅଦୃଶ୍ୟ ରେ 

ତୁ ନମସ୍ୟ ମୋ ପାଇଁ ଚିରକାଳ

ତୁ ଏଇମିତି ଆଶିଷ ଢାଳୁଥାଅ

ଚିରକାଳ 

ସେ ପଟରେ ଥାଇ

ଚାହିଁ ଥା ଆମ ମାନଙ୍କୁ ଶୁଭ ଦୃଷ୍ଟିରେ

ତତେ ଶତ କୋଟି ପ୍ରଣାମ ପ୍ରଣାମ ପ୍ରଣାମ ।।


Rate this content
Log in

Similar oriya poem from Inspirational