STORYMIRROR

Pravatirani Mohanty

Inspirational

4  

Pravatirani Mohanty

Inspirational

ସତ୍ୟର ଅଭିସାର

ସତ୍ୟର ଅଭିସାର

1 min
22


ପୂରୁବ ଦିଗରେ ସିନ୍ଦୁରା ଫାଟିଲା

 ଉଇଁ ଆସିଲେ ତପନ

ନବ ପ୍ରଭାତରେ ନବ ଚେତନାରେ

ପୁଲକିତ ତନୁ ମନ 

ବନ୍ଦାପନା ଥାଳି ସଜାଡି ଦିଅଲୋ

ଗାଅ ଏକତାର ମନ୍ତ୍ର

ଜଳ ସ୍ଥଳ ଆଜି ହୁଏ ଏକାକାର

ଆସୁଛି ଭାରତ ମାତ 

ଦେଖ ତାକୁ ଥରେ ଆକାଶ ପଥରେ

ଉଡ଼ୁଛି ପଣତ ତାର 

ହିମାଳୟ ତାର ମଥାର କୀରିଟି

ଗଙ୍ଗା ଗଳାର ହାର

କେତେ ନଦ ନଦୀ ପଦ ଧୌତ ପାଇଁ

ଚରଣେ ଯାଆନ୍ତି ବହି

 ଚୁର୍ଣ୍ଣ କୁନ୍ତଳ ଉଡ଼ୁଛି ଯତନେ

ପବନ ରେ ରହିରହି

ଆସ ମା ଆସ ଅନାଇ ବସିଛୁ

ତୁମ ଆଗମନ ପାଇଁ

ଶୁଭ ଶଙ୍ଖ ଦୁରୁ ଓଁକାର ଧ୍ୱନି

ଶୁଭୁ ଅଛି ରହିରହି

ଆୟୁଧ ତୋହର ତ୍ରିରଙ୍ଗା ଉଡ଼ୁଛି

ଗଗନ ପବନ ଛୁଇଁ

 ସିଂହପୃଷ୍ଟେ ବସି ଆଶିଷ ଢାଳୁଥା

ସରବେ ଅଛନ୍ତି ଚାହିଁ

ଅମୃତ କଳସି ଉଛୁଳି ପଡୁଛି

ଅହିଁସାର ମନ୍ତ୍ର ଧାର

ପୂର୍ଣ୍ଣ କରମା ସକଳ ଭରସା

ସତ୍ୟର ଅଭିସାର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational