STORYMIRROR

Pravatirani Mohanty

Others

4  

Pravatirani Mohanty

Others

ଝାଞ୍ଜି ଖରା

ଝାଞ୍ଜି ଖରା

1 min
18


ଝାଞ୍ଜି ଖରା ବହଇ ଯେବେ

ଖରା ଟି ହୁଏ ଟାଣ 

ସତେକି କୋପ କରି ଅଛନ୍ତି

ବିରଞ୍ଚି ନାରାୟଣ

ସାଗର ବୁକୁ ଜଳ କୁ ଶୋଷି 

ନିଅନ୍ତି ପରା ସେହି

ଗ୍ରୀଷ୍ମ ପରେ ବରଷା ଆସେ

ଜଳ ଧାରାକୁ ନେଇ

ଝାଞ୍ଜି ଖରାରେ ଯେଉଁଠୁ ପାଣି

ସବୁ ନିଅନ୍ତି ଟାଣି

ବରଷା ହେଲେ ଶ୍ରୀହୀନ ଧରା

ଜଳରେ ଯାଏ ଭରି 

ଝାଞ୍ଜି ଖରାରେ ଜୀବଜଗତ

ହୁଅଇ ଛଟ ପଟ

କେତେ ଯେ କେତେ ଜନ ଜୀବନ

ଅଚିରେ ହୁଏ ନଷ୍ଟ

ମରିଚିକାର ଭ୍ରମ କୁ ସୃଷ୍ଟି

ମନେ ସେ ଯେବେ କରେ

ଝାଞ୍ଜି ଉତ୍ତାପ ହୁଏ ନା ସହି

ଜଳି ପୋଡିକି ମରେ

ପାଦପ ମାଗେ ଟିକିଏ ଜଳ

ପାଦ ହୁଏନା ଥୋଇ

ଡହ ଡହ ଏ ଖରା ପ୍ରକୋପ

ପାରିବ କିଏ ସହି

ରଥ ଉପରେ ଧରିଣ ଚକ୍ର

ବୁଲନ୍ତି ଚକ୍ରଧର

ଚକ୍ର ରେ ବୁଲେ ସାରା ସଂସାର

ତା ପାଦେ ଯୋଡ଼େ କର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍