STORYMIRROR

Pravatirani Mohanty

Abstract Fantasy

4  

Pravatirani Mohanty

Abstract Fantasy

ବର୍ଷା ଗୋ

ବର୍ଷା ଗୋ

1 min
16


ସଜଳ କଜଳ ନୟନରେ ତୁମ

ଭରି ଅଛି ପ୍ରୀତି ମଧୁ

ବର୍ଷା ଗୋ ତୁମେ ଭାରି ଅଭିମାନୀ

କପାଳରେ ମୁକ୍ତା ବିନ୍ଦୁ

ପଣତରେ ତୁମ ଭସା ବାଦଲରେ

ଚପଳା କରଇ. ଖେଳା

ଜହ୍ନ ଲୁଚଇ. ମେଘର ଉହାଡ଼େ

ଆକାଶେ ବାଦଲ କଳା

କଅଁଳ ପାଦରେ ଚୁପି ଚୁପି ତୁମେ

ଆସୁ ଥାଅ ଝୁଲି ଝୁଲି

ଗଛ ଲତା ସାଥେ ପାହାଡ଼ ପର୍ବତ

ଛୁଇଁ ଛୁଇଁ ଯିବ ବୋଲି

ମାଟିରୁ ଆକାଶ ଚାହିଁ ରହିଥାନ୍ତି

କ୍ଲାନ୍ତ ଅବସନ୍ନ ହୋଇ

ଝିପି ଝିପି ସ୍ୱରେ ଗୀତ ଗାଇ ଗାଇ

ନାଚୁଥାଅ ରହି ରହି 

ପାଦରେ ତୁମର ନୂପୁର ର ସ୍ୱର

ଶୁଣି ପୁଲକିତ ଧରା

ସାଗୁଆ ପାଟରେ ସୁନ୍ଦର ଧରଣୀ

ହୋଇଯିବ ଆତ୍ମହରା

ଚୁର୍ଣ୍ଣ କୁନ୍ତଳ ଉଡୁଥାଉ ତୁମ

କାଖେ ଧରି ମଧୁବାରି 

ଇନ୍ଦ୍ରଧନୁ ର ସପ୍ତବର୍ଣ୍ଣାଳି 

ସାଥିରେ ଆଣିବ ଭରି

ଭାବସିନ୍ଧୁ ତୁମେ ଭାବନା ମନ୍ଦିରେ

ପ୍ରୀତିପର୍ଣ୍ଣା  ଲସ୍ୟମୟୀ 

ସୁଲଳିତ କଣ୍ଠେ ଛନ୍ଦ  ତୋଳି ଯାଅ

ରିମି ଝିମି ଗୀତ ଗାଇ 

ଋତୁ ଚକ୍ରେ ତୁମେ ଆଙ୍କିଦେଇଯାଅ

ଭିନ୍ନ ଏକ ଅନୁଭବ

ଭିଜୁ ମନ ପ୍ରାଣ ସୁଗନ୍ଧ ମହକେ

ନବ ମଧୁ ଅନୁରାଗ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract