STORYMIRROR

Pravatirani Mohanty

Others

3  

Pravatirani Mohanty

Others

କୋଇଲିର କୁହୁକୁହୁ ତାନ

କୋଇଲିର କୁହୁକୁହୁ ତାନ

1 min
16


କେଉଁ ବିନ୍ଧାଣି ସେ ଯେଉଁଠି ଯେମିତି

ରଖିଛି ଯତନ କରି

କୋଇଲିର ରୂପ କଳା ସିନା କଣ୍ଠେ

ସୁର ଦେଇ ଅଛି ଭରି 

ଆମ୍ବ ବଉଳର ପତ୍ର ଗହଳରେ

କୋଇଲି ଗାଉଛି ବସି

କୁହୁତାନ କରି ହୃଦୟକୁ କିଣେ

ଆମ୍ବ ଧରିଥାଏ କଷି

ପ୍ରକୃତି ରାଣୀର ଭବ୍ୟ ଉପହାର

ନିଦାଘ କାଳେ ଧରଣୀ

ମଲ୍ଲୀ ମାଳତିର ସୁରଭିତ ବାସ୍ନା

ମନକୁ ନିଅଇ କିଣି

ରୂପ ସିନା କଳା କଣ୍ଠରେ କି ଯାଦୁ

ରଖିଛି କୋଇଲି ରାଣୀ

ନିଦାଘ କାଳରେ ମନ ହୁଏ ତୃପ୍ତ

ତାର କୁହୁ ତାନ ଷୁନି

ଏ  ଡାଳ ସେ ଡାଳ ଘୁରି ବୁଲୁଥାଏ

ଉତପ୍ତ ଧରଣୀ କୋଳେ 

ଝାଞ୍ଜି ପବନରେ ଦେହପୋଡି ଯାଏ

ଶୋଚନା ନ ଥାଏ ତିଳେ 

ଦେଇଯା କୋଇଲି ମିଠା ମିଠା ସ୍ୱର

ତୋ ସାଥେ ସୁର ମିଶାଇ

ଭୁଲିଯିବି କଷ୍ଟ ନିଦାଘ କାଳର 

ସେ ସୁରରେ ଗୀତ ଗାଇ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍