ତାତି
ତାତି
ଗ୍ରୀଷ୍ମ ଦିନରେ ସୂର୍ଯ୍ୟ ଙ୍କ ପ୍ରକୋପ
ତାତି ହୁଏ ଅସମ୍ଭାଳ
ଘରୁ ବାହାରିଲେ ପଦା କୁ ଟିକିଏ
ଦେହ ବି ଲାଗେ ଦୁର୍ବଳ
ଅତ୍ୟଧିକ ଖରା ଝାଞ୍ଜି ପବନରେ
ଦେହ ମୁଁହ ପୋଡ଼ିଯାଏ
ଯାହାକୁ ଛୁଇଁଲେ କାନ୍ଥ ବାଡ଼ ଆଦି
ସବୁତାତି ଯାଇଥାଏ
ଡହ ଡ଼ହ ଖରା ନଦୀ ନାଳ ସବୁ
ପାଣି କୁ ନିଅଇ ଟାଣି
ସେହି ପାଣି ସବୁ ଆକାଶରେ ଥାଏ
ଆସଇ ବରଷା ରାଣୀ
କେତେ ଜିବ ଯନ୍ତୁ ପାଣି ଟୋପେ ପାଇଁ
ବିକଳେ ରୁହନ୍ତି ଚାହିଁ
ଗଛ ପତ୍ର ସବୁ ଜଳି ପୋଡି ଯାଏ
ଶ୍ରୀହୀନ ଦିଶଇ ଭୁଇଁ
ଆମେ ସଚେତନ ହୋଇକରି ଯେବେ
ବୃକ୍ଷ ରୋପଣ କରିବା
ଝାଞ୍ଜି ଖରା ତାତି କାଳ ବୈଶାଖି
ଦୁରକୁ ହଟେଇ ଦେବା
ଅଂଶୁଘାତ ପରି ମହା ବିପତ୍ତି କୁ
ଆଣି ବାନି ଆଉଡ଼ାକି
ଉତ୍ତପ୍ତ ତାତି ରୁ ନିଶ୍ଚୟ ଆମକୁ
ମିଳିବ ଟିକିଏ ମୁକ୍ତି
ଗଁଆ ହେଉ ଅବା ସହରରେ ହେଉ
ଆସ ଗଛ ଲଗାଇବା
ଗ୍ରୀଷ୍ମ ଦିନରେ ଦିେବ ଦୁର୍ବିପାକ
ଠାରୁ ମୁକତି ପାଇବା
ଗଛ ଦେବ ଅମ୍ଳଜାନ ଫୁଲ ଫଳ
ଛାଇ କରିବ ପ୍ରଦାନ
ଶୀତଳ ପରଶେ ହସୁ ଥିବ ଧରା
କରି ନିଶ୍ଚେ ସମ୍ମୋହନ ।।
