STORYMIRROR

Pravatirani Mohanty

Others

4  

Pravatirani Mohanty

Others

ତାତି

ତାତି

1 min
29


ଗ୍ରୀଷ୍ମ ଦିନରେ ସୂର୍ଯ୍ୟ ଙ୍କ ପ୍ରକୋପ

ତାତି ହୁଏ ଅସମ୍ଭାଳ 

ଘରୁ ବାହାରିଲେ ପଦା କୁ ଟିକିଏ

ଦେହ ବି ଲାଗେ ଦୁର୍ବଳ

ଅତ୍ୟଧିକ ଖରା ଝାଞ୍ଜି ପବନରେ

ଦେହ ମୁଁହ ପୋଡ଼ିଯାଏ

ଯାହାକୁ ଛୁଇଁଲେ କାନ୍ଥ ବାଡ଼ ଆଦି

ସବୁତାତି ଯାଇଥାଏ

ଡହ ଡ଼ହ ଖରା ନଦୀ ନାଳ ସବୁ

ପାଣି କୁ ନିଅଇ ଟାଣି

ସେହି ପାଣି ସବୁ ଆକାଶରେ ଥାଏ

ଆସଇ ବରଷା ରାଣୀ

କେତେ ଜିବ ଯନ୍ତୁ ପାଣି ଟୋପେ ପାଇଁ

ବିକଳେ ରୁହନ୍ତି ଚାହିଁ

ଗଛ ପତ୍ର ସବୁ ଜଳି ପୋଡି ଯାଏ

ଶ୍ରୀହୀନ ଦିଶଇ ଭୁଇଁ 

ଆମେ ସଚେତନ ହୋଇକରି ଯେବେ

ବୃକ୍ଷ ରୋପଣ କରିବା

ଝାଞ୍ଜି ଖରା ତାତି କାଳ ବୈଶାଖି

ଦୁରକୁ ହଟେଇ ଦେବା

ଅଂଶୁଘାତ ପରି ମହା ବିପତ୍ତି କୁ

ଆଣି ବାନି ଆଉଡ଼ାକି 

ଉତ୍ତପ୍ତ ତାତି ରୁ ନିଶ୍ଚୟ ଆମକୁ

 ମିଳିବ ଟିକିଏ ମୁକ୍ତି

ଗଁଆ ହେଉ ଅବା ସହରରେ ହେଉ

ଆସ ଗଛ ଲଗାଇବା

ଗ୍ରୀଷ୍ମ ଦିନରେ ଦିେବ ଦୁର୍ବିପାକ

ଠାରୁ ମୁକତି ପାଇବା

ଗଛ ଦେବ ଅମ୍ଳଜାନ ଫୁଲ ଫଳ

ଛାଇ କରିବ ପ୍ରଦାନ

ଶୀତଳ ପରଶେ ହସୁ ଥିବ ଧରା

କରି ନିଶ୍ଚେ ସମ୍ମୋହନ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍