STORYMIRROR

Pravatirani Mohanty

Others

3  

Pravatirani Mohanty

Others

ନଦୀ କୁଳ

ନଦୀ କୁଳ

1 min
30


ଗାଁ ମୁଣ୍ଡରେ ଯାଉଛି ବହି

ମହାନଦୀର ଧାର 

ତା ପାଖରୁ ଅଳ୍ପ ଦୂର

ମୋର ଟିକି ଘର

ପୁଣ୍ୟ ସେ ନଦୀ କେଉଁ କାଳରୁ

ଯାଉଛି ଧୀରେ ବହି

ସାଇତା ସ୍ମୃତି କେତେଯେ ତାର

ପାରିବ କିଏ କହି

ଖରା ବରଷା ଶୀତ କାକର 

ପିଠିରେ ନିଏ ବୋହି

ଅଜାଚିତ ତା ଦାନ ପାଖରେ

ମଥା ମୋ ଯାଏ ନଇଁ 

ଏହି ନଦୀ ସହ ପିଲାଦିନ ସ୍ମୃତି

ରହି ଅଛି ବିଜଡିତ

ଭୁଲି କି ପାରିବି ଜୀବନରେ କେବେ

ହେଲେ ବି ଯେତେ ଅତୀତ

ଦୁଇ କୁଳ ଖାଇ ବହି ଯାଉଥାଏ

ନ ଥାଏ ବାଧା ବନ୍ଧନ

ନଈ ପଠା ଧାରେ କଣ୍ଟା ଝଣ୍ଟା କିଛି

ଗଛଥାଏ ପରିପୂର୍ଣ୍ଣ

କେତେ ବେଳେ ନଦୀ ହୁଏ ପୂର୍ଣ୍ଣ ଗର୍ଭା

କେବେ ଯାଇ ଥାଏ ଶୁଖି

ସୁରୁଜ କିରଣେ ଦିଶେ ଝଲ ମଲ

ମନ ଯାଇଥାଏ ଲାଖି

ଚନ୍ଦ୍ରର ଶୀତଳ କିରଣରେ ଯେବେ

ନାଆ ଟିଏ ଦିଶେ ଦୂରେ

ତାର ଚିତ୍ରପଟ ବର୍ଣ୍ଣିବା ପାଇକି

କବିର ଲେଖନୀ ଝରେ

ନଦୀ ନୁହେଁ ସିଏ ମା ଟିଏ ଆମ 

କୁଳ ତା ଶସ୍ୟ ଶ୍ୟାମଳା

କେତେ ଜିବଜନ୍ତୁ ତା କୋଳରେ ଟିକେ

ବାନ୍ଧନ୍ତି ଜୀବନ ଭେଳା 

ପର କି ଆପଣା ଭାବେ ନାହିଁ ସିଏ

ସଭିଙ୍କୁ ନିଏ କୋଳେଇ

କେତେ ବାଙ୍କ ଦେଇ ବହିଯାଉ ଥାଏ

ସ୍ମୃତି କି ସାଉଁଟି ନେଇ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍