STORYMIRROR

Geetanjali Prusty

Inspirational

4  

Geetanjali Prusty

Inspirational

ସ୍ୱର୍ଗଦ୍ୱାର ବନାମ ଗ୍ରାମ ଶ୍ମଶାନ

ସ୍ୱର୍ଗଦ୍ୱାର ବନାମ ଗ୍ରାମ ଶ୍ମଶାନ

1 min
22


ସ୍ୱର୍ଗଦ୍ୱାରେ ଯାତ୍ରା ଲୋଡ଼ାନାହିଁ ମୋର

ଗ୍ରାମ ଶମଶାନ ମୋ ପାଇଁ ଶ୍ରେୟ

ଯେଉଁ ଠାରେ ମୋର ଜ୍ଞାତି ପରିଜନ

ହାତ ଟେକି ମୋରେ କରିବେ ଜୟ ll


ଦେଖିବ ଦୁନିଆ ଶବ ଶୋଭାଯାତ୍ରା

କୋକେଇ ଉପରେ ଥିବି ମୁଁ ଶୋଇ

ହରିନାମ ସତ୍ୟ ସାଙ୍ଗେ ଚାଲିଥିବେ

ଗାଁ ସହୋଦର ଭଉଣୀ ଭାଇ ll


ଖଇ କଉଡ଼ିକୁ ସିଞ୍ଚି ଚାଲି ଥିବ

ଆଗେ ଆଗେ ମୋର ଛେଉଣ୍ଡ ପୁଅ

ପଛରେ ଶ୍ରଦ୍ଧାଳୁ ମାଡ଼ି ଚାଲିଥିବେ

ଚକ୍ଷୁରୁ ଛୁଟାଇ ଲୋତକ ସୁଅ ll


ଭଲ ମନ୍ଦ ମୋର କରି ଆଲୋଚନା

ବାଢୁଥିବେ ଦୁଃଖ ହୃଦୟ ଭରି

କଲା କର୍ମ ପାଇଁ ଆହା ପଦ ବାଣୀ

ସଭିଙ୍କ କଣ୍ଠରୁ ପଡ଼ିବ ଝରି ll


ଦୁଇ ପଟେ ଦୁଇ ହାତକୁ ଝୁଲାଇ

ଝୁଲି ଝୁଲି ଯିବି ଶ୍ମାଶାନ ଦ୍ୱାରେ

କହିବ ଦୁନିଆ ଏତେ ଅରଜିଲା

ଖାଲି ହାତେ ଗଲା ସରଗ ପୁରେ ll


ଗର୍ଵ ଅହଙ୍କାର ଏଇଠି ରହିଲା

କିଛି ଗଲା ନାହିଁ ସାଙ୍ଗରେ ତାର

ସେଇ ପ୍ରେରଣାରେ ଉଦବୁଦ୍ଧ ଜନତା

ବୁଝିଯିବେ ନିଜ କର୍ମର ଫଳ ll


ସ୍ୱର୍ଗଦ୍ୱାରେ ମୋତେ କେହି ନଚିହ୍ନିବେ

କିପାଇଁ କରିବି ସେଠାକୁ ଆଶା

ମୃତ୍ୟୁ ପରେ ମୋର ଜୁଇ ଯାତ୍ରା ପାଇଁ

ଗାଆଁ ମଶାଣି ମୋ ଶେଷ ଭରସା ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational