STORYMIRROR

Geetanjali Prusty

Action

3  

Geetanjali Prusty

Action

ଶରଧା ବାଲିର ଶ୍ରଦ୍ଧାରେ

ଶରଧା ବାଲିର ଶ୍ରଦ୍ଧାରେ

4 mins
22


କି ସୁନ୍ଦର ନେତ ଉଡ଼ୁଛି

ନୀଳ ଗଗନ ଛୁଇଁ

ହାତ ଠାରି ସେତ ଡାକୁଛି

ଆସ ଆସରେ ଭାଇ ll


ଆଖିରେ ମିଶାଇ ଆଖିକୁ

ସମର୍ପିତ ଅନ୍ତରେ

ଭୁଲି ଯାଅ ଲୋଭ ମହକୁ

ମାତି ଭକ୍ତି ରସରେ ll


ମୁକ୍ତ ପଡ଼ିଛି ମୋ ଦରଜା

ସିଂହ ଦ୍ୱାରର ନାମେ

ବଡ଼ ଦାଣ୍ଡେ ଧୂଳି ଉଡ଼ୁଛି

ମୋତେ ଛୁଇଁ ପବନେ ll


ଶରଧା ବାଲିର ଶ୍ରଦ୍ଧାରେ

ଥରେ ପକାଇ ବୁଡ଼

ଚାହିଁ ଦେଖ ନୀଳଚକ୍ରକୁ

ସତେ କେତେ ସେ ବଡ଼ ll


ରତ୍ନ ସିଂହାସନେ ବସିଛି

ତୁମ ପଥକୁ ଚାହିଁ

ଖୋଜୁଛି ତୁମକୁ ଶ୍ରଦ୍ଧାରେ

ଟିକେ ଦେଖିବା ପାଇଁ ll


ଟେକିଦିଅ ତୁମ ବାହୁକୁ

ମୋର ସମ୍ମୁଖେ ଥରେ

ମହାବାହୁ ନାମ ବାହିଛି

ଏହି କଳି ଯୁଗରେ ll


ପତିତପାବନ ନାମଟି

ହୁମେ ଦେଇଛ ମୋତେ

ପାପ ନାଶି ପୁଣ୍ୟ ଲଭିବ

ଆସ ଭକତ ଯେତେ ll


ଏକାକାର ହେବା ଶ୍ରଦ୍ଧାରେ

ଯେତେ ଜଂଜାଳ ଭୁଲି

ଜୀବନ ଯୌବନ ସବୁତ

ଏଠି ଅଳିକ ଖାଲି ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action