STORYMIRROR

Geetanjali Prusty

Action

4  

Geetanjali Prusty

Action

ଶତରୂପା

ଶତରୂପା

1 min
33


ଏ ଦେଶ ମାଟିରେ ଝିଅଟିଏ କଣ

ପୋକ ମାଛିଠୁ ବି ହୀନ

ଯେଉଁଠି ଯେମିତି ଯିଏ ବି ଚାହିଁଲେ

କରିଦେବ ତାକୁ ନଗ୍ନ ll


ଭ୍ରଷ୍ଟାଚାରୀର ପାଶବିକତାରୁ

ନାହିଁକି ମିଳିବ ମୁକ୍ତି

କେଉଁଠି ହଜିଛି ଲୁପ୍ତ ଗଉରବ

ଲକ୍ଷ୍ମୀବାଇ ନାରୀ ଶକ୍ତି ll


କଠୋର ପ୍ରାଣରେ ଆତ୍ମଶକ୍ତି ବଳେ

ହୃଦୟକୁ କରି ଟାଣ

ଭାଙ୍ଗି ଦିଅ ସେହି ପିଶାଚମାନଙ୍କ

ଲୁପ୍ତ କାପୁରୁଷ ପଣ ll


ମାତୃରୂପେ ନିଜ ପୁତ୍ରକୁ ସୁଧାର

ପତ୍ନୀ ରୂପେ ପତି ଗୁଣ 

ଭଗ୍ନୀ ହୋଇ ବାରେ ଭ୍ରାତାମାନଙ୍କର

ଲୋଲୁପ ଇଚ୍ଛାକୁ ଜାଣ ll


କନ୍ୟା ହୋଇ ଯେବେ ଦେଖିବ ଚକ୍ଷୁରେ

ନିଜ ପିତୃ ଅପକର୍ମ

ମହିଷା ମର୍ଦ୍ଦିନୀ ଦୁର୍ଗା ରୂପ ଧରି

ମସ୍ତକକୁ କର ଛିନ୍ନ ll


ଭାରତ ଯୁଦ୍ଧରେ ଅର୍ଜୁନ ସାରଥୀ

ଶ୍ରୀ କୃଷ୍ଣଙ୍କ ବାଣୀ ସ୍ମରି

ପିତା,ପୁତ୍ର, ଭ୍ରାତା ମସ୍ତକ ଛେଦିବ

ସଂହାରିଣୀ ବେଶ ଧରି ll


ଦେଖିବ ଦୁନିଆ ନାରୀର ସାହସ

ଚାହିଁବନି ଆଖି ଟେକି

ନାରୀ ଦେହ ନୁହେଁ କ୍ରୀଡ଼ନକ ଟିଏ

ଇଜ୍ଜତ ତା' ଦେବ ବିକି ll


ବେପାରୀ ବାପୁଡ଼ା ରୋଜଗାର ପାଇଁ

ନଗ୍ନ ଦେହ ଟା ଲୋଡ଼ା

ଅର୍ଥ ଲୋଭରେ କରନାହିଁ କେବେ

ମନକୁ ଲଗାମ ଛଡ଼ା ll


ଚଳଚ୍ଚିତ୍ର ଅବା ଵିଜ୍ଞାପନରେ

ନାରୀର ନଗ୍ନ ଛବି

ବିଳମ୍ବ ହେଲେ ବି ଏ ଦେଶ ଆକାଶେ

ଉଦେ ହୁଅନ୍ତୁ ଜ୍ଞାନ ରବି ll


ବଳାତ୍କାର ଭଳି ଅପକର୍ମ ମାନ

ବାଢୁଛି ଦିନକୁ ଦିନ

ଧ୍ୱଂସ ପଥରେ ଅଗ୍ରସର ଆମେ

ହେବା ଆଉ କେତେ ଦିନ??


ସମୟ ଆସିଛି ସୁଧୁରିବା ପାଇଁ

ନାରୀ ବା ପୁରୁଷ ଜାତି

ସ୍ନିଗ୍ଧ ଛାୟାରେ ଶୀତଳ ହୋଇବ

ପ୍ରତିହିଂସାର ତାତି ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action