STORYMIRROR

Geetanjali Prusty

Action

4  

Geetanjali Prusty

Action

ସକଳ ତୀର୍ଥର ତପୋବନ ତୁମେ

ସକଳ ତୀର୍ଥର ତପୋବନ ତୁମେ

1 min
17


ତୁମେ କରୁଣାର କୈବଲ୍ୟ କଣିକା

ଭାବ ଭକତିରେ ନାରା 

ସକଳ ତୀର୍ଥର ତପୋବନ ତୁମେ

ସଂପ୍ରୀତିର ପୁଣ୍ୟ ଧାରା ll


କୋଟି ସୌନ୍ଦର୍ଯ୍ୟର ସୀମାହୀନ ରୂପ

ପ୍ରଶାନ୍ତିର ପ୍ରତିଛବି

ସାଧନାରେ ତୁମେ ଚିନ୍ମୟ ଚେତନା

ଅଯାଚିତ ଅନୁଭବୀ ll


ବିଶ୍ୱାସରେ ତୁମେ ବିପୁଳ ବୈଭବ

ବିସ୍ମୟର ବୈଜୟନ୍ତୀ

ନିଃଶ୍ୱାସରେ ତୁମେ ନିର୍ମଳ ପବନ

ତୁମେ ପରା ଗତି ମୁକ୍ତି ll


ପ୍ରାର୍ଥନାରେ ତୁମେ ଚିନ୍ତନରେ ତୁମେ

ଶୟନେ ସ୍ୱପନେ ତୁମେ

ତୁମ ବ୍ୟତିରେକ ଆଉ ବା କିଏସେ

ଅଛି ଏହି ଧରାଧାମେ ll


ହାତ ଧରି ତୁମେ ବାଟ ଦେଖାଇବ

ଭଲ ମନ୍ଦ ସ୍ଥିତି କହି

ବାଢୁଛି ପ୍ରଣତି ପାଦପଦ୍ମେ ମତି

ରଖିଛି କଳା ଗୋସାଇଁ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action