STORYMIRROR

Geetanjali Prusty

Action

3  

Geetanjali Prusty

Action

ଆହେ ମୋ କଳା ନାଉରୀ

ଆହେ ମୋ କଳା ନାଉରୀ

3 mins
38


ପୁଣ୍ୟର ସୋପାନେ ପ୍ରୀତି ବୃନ୍ଦାବନେ 

ଆସ ଶ୍ରୀପୁରୁଷୋତ୍ତମ 

ଭାବ ଭକ୍ତି ଭରା ଭବ୍ୟ ସଵାରୀରେ 

ଅବତରି ମର୍ତ୍ତ୍ୟଧାମ ll


ତବ ବଂଶୀ ସ୍ଵନ କଦମ୍ବର ବନ 

ଯମୁନାର ସ୍ୱଚ୍ଛ ଜଳ 

ସବୁକୁ ପାଶୋରି ଆସ ଦେହ ଧରି 

ଛାଡ଼ି ତୁମ ନୀଳାଚଳ ll


ମନ ଉପବନ ରତ୍ନ ସିଂହାସନ 

ମୁକୁଳା ପଡ଼ିଛି ସତ 

ତୁମେ ଆସିଗଲେ ପୂରି ସେ ଉଠିବ 

ହୋଇ ଶତ ରୋମାଞ୍ଚିତ ll


ତୁମ ପରି ପ୍ରଭୁ ଥାଇ ତ୍ରୈଲୋକ୍ୟରେ 

କିପାଇଁ ଅନାଥ ହେବି 

ତୁମ ଠାରୁ ବଳି ଅଧିକ ଅତ୍ମୀୟ

କାହାକୁ ବା ମୁଁ ଭାବିବି ll


ତୁମ ବଡ଼ ପଣ ସର୍ଜନା ଉତ୍ତମ 

ଭବ ସିନ୍ଧୁ କର ପାରି 

ଡାକୁଛି ପାପୀ ମୁଁ ପ୍ରଭୁ ପରାତ୍ପର 

ଆହେ ମୋ କଳା ନାଉରୀ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action