STORYMIRROR

Kabiratna Nutan Kumar Behera

Abstract Action Classics

4  

Kabiratna Nutan Kumar Behera

Abstract Action Classics

ଭାଇର ହାତେ ଭଉଣୀର ରାକ୍ଷୀ

ଭାଇର ହାତେ ଭଉଣୀର ରାକ୍ଷୀ

1 min
299

ଭବ ସଂସାରରେ ଭାଇ ଭଉଣୀ ବେନି

ଅର୍ଜିଲେ ସୁନାମ ଖ୍ୟାତି ଗର୍ବ କରେ ଅବନୀ 

ଅନାବିଳ ଅତୁଟ ପ୍ରେମେ ଦୁହେଁ ଥାଆନ୍ତି ରହି 

ଜଣେ ଜଣକ ପାଇଁ ଦୁଃଖ କଷ୍ଟ ଯାଏ ସହି 

ଭାଇ ଭଉଣୀର ପୂରଣ କରିଦିଏ ଆଶା

ପରସ୍ପର ମଧ୍ୟେ ଥାଏ ବିଶ୍ଵାସ ଭରସା

ଭଉଣୀ ଭାଇ ପାଶେ ହୁଏ ଅତି ଅଲିଅଳି

ଫୁଲ ପରି ହସୁଥାଏ ତାର ଶରଧା ଢ଼ାଳି

ସହି ପାରେନା ଭାଇ ଭଉଣୀର ଦୁଃଖ ଦେଖି

ସୁରକ୍ଷା ଦିଏ ହୃଦୟରେ ତାର ସରାଗ ରଖି

ଭାଇ ଭଉଣୀର ସଂପର୍କ ଥାଏ ଅଛିହ୍ନ

କେହି କାହାକୁ କେବେ ମଣନ୍ତି ନାହିଁ ଭିନ୍ନ 

ମାଆ ବାପାଙ୍କ କୋଳେ ଜନ୍ମି ଦିଅନ୍ତି ଆନନ୍ଦ 

ହୋଇ ଯେହ୍ନେ ଆକାଶର ସୂର୍ଯ୍ୟ ଆଉ ଚାନ୍ଦ 

ତାଙ୍କ ପ୍ରତିଭାର ବିକାଶ ପ୍ରକାଶ ନିମନ୍ତେ

ମାଆ ବାପା ଶ୍ରମ କରନ୍ତି ପାରୁ ପର୍ଯ୍ୟନ୍ତେ

ତାଙ୍କ ଆଦର୍ଶକୁ ଭାଇ ଭଉଣୀ ମାନି 

ପରିବାରର ଯଶ ଗୌରବ ଆଣନ୍ତି ବେନି 

ସାମାଜିକ ସଂସ୍କୃତି ପରମ୍ପରାକୁ ବଜାଇ ରଖି

ଗହ୍ମା ପୁନେଇଁ ଆସେ ହାତେ ଧରି ରାକ୍ଷୀ

ଭଉଣୀ ସୁଭଦ୍ରା ଦେବୀ ଜଗା ବଳିଆଙ୍କ ହାତେ

ବାନ୍ଧି ଦିଅନ୍ତି ରାକ୍ଷୀ ଅନନ୍ୟ ତା' ଜଗତେ

ସବୁ ଭଉଣୀ ଭାଇ ହାତରେ ବାନ୍ଧନ୍ତି ରାକ୍ଷୀ

ଦୁନିଆଁ ପ୍ରଶଂସା କରେ ତାଙ୍କ ଅନୁରାଗ ଦେଖି

ଭାଇ ଭଉଣୀକୁ ଦେଇଥାଏ ସଦା ଅଭୟ

ସୁଖ ଆସୁ ଅବା ଆସୁ ଦୁଃଖ ରହିଥାଏ ସଦୟ

ସାରା ସଂସାର ପରସ୍ପରର ବଦାନ୍ୟତା ଦେଖି 

ଦେଇଥାଏ ଧନ୍ୟବାଦ ତାଙ୍କର ସମ୍ମାନ ରଖି

ଚମକେ ଭାଇର ହାତରେ ଭଉଣୀ ରାକ୍ଷୀ

ହୋଇ ରହେ ସ୍ନେହ ମମତାର ଅଲିଭା ସାକ୍ଷୀ।

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract