Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Abstract

3  

Bijay Prusty

Abstract

ଚାଲ ସଖୀ ଯିବା ପୁରୀ

ଚାଲ ସଖୀ ଯିବା ପୁରୀ

1 min
125



କଳିଆ ଠାକୁର ଦର୍ଶନ କରିବା

ଚାଲ ସଖୀ ଯିବା ପୁରୀ

ରତ୍ନସିଂହାସନେ ବସିରହି ଜଗା

ଲଗାଇ ଦେଲାଣି ଡୋରୀ I


ତା' ବଡ ଦେଉଳ ଜଗତରେ ଖ୍ୟାତ

ଭେଦଭାବ ସେଠି ନାହିଁ

ସେ ଦେଉଳେ ବସି ଜଗତ ଗୋସେଇଁ

ଭକ୍ତଙ୍କୁ ରହିଛି ଚାହିଁ I


ତା ବଡଦାଣ୍ଡରେ ଦେଖିବୁ ଲୋ ସଖୀ

ଭକତ ହୁଅନ୍ତି ମେଳି

ସେ ଦାଣ୍ଡର ଧୁଳି ଅତି ହିଁ ପବିତ୍ର

ମଥାରେ ଦେବୁ ତୁ ବୋଳି I


ଦେଖିବୁ ତୁ ସଖୀ ପତିତ ପାବନ

ନେତ ଉଡେ ଫରଫର

ଆନନ୍ଦ ମନରେ ମୁଣ୍ଡରେ ଛିଞ୍ଚିବୁ

ନରେନ୍ଦ୍ର ପୋଖରୀ ଜଳ I

ସିଂହଦ୍ୱାର ଟପି ବାଇଶି ପାହାଚେ

ଚାଲି ଚାଲି ଯିବା ସଖୀ

ଆନନ୍ଦ ବଜାରେ ଖାଇବା ମଜାରେ

ତା ମହାପ୍ରସାଦ ଚାଖି I


ଗଡୁଡ ପଛରେ ଠିଆ ହୋଇ ସଖୀ

କାଳିଆ ଦର୍ଶନ କରି

ତୃପ୍ତ ମନରେ ଫେରି ଆସିବା ଲୋ

ତା' କୃପାକୁ ମନେ ସ୍ମରି I

    


Rate this content
Log in

Similar oriya poem from Abstract